ନାହିଁ ନାହିଁରେ ଜୀବନ: ଗାଁକୁ ପକ୍କା ରାସ୍ତା ନାହିଁ କି ମୋବାଇଲ ନେଟୱାର୍କ ନାହିଁ, ଟାୱାର ସ୍ଥାପନ ପାଇଁ ନଦୀ ପାରେଇ ଚାଲିଚାଲି ଗଲେ ମହିଳା ତହସିଲଦାର

Advertisment
tahasildar

tahasildar Photograph: (sambad.in)

ବନ୍ଧୁଗାଁ: ଏବେ ବି କୋରାପୁଟ ଜିଲ୍ଲାର ବହୁ ଗାଁ ରହିଛି ସେହି ଗାଁ ଗୁଡିକୁ  ପକ୍କା ରାସ୍ତା ଖଣ୍ଡେ ନାହିଁ କି ମୋବାଇଲ ନେଟୱାର୍କ ନାହିଁ। ମୋବାଇଲ ନେଟୱାର୍କ ନଥିବାରୁ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମୁଗଣ୍ଡା ପଞ୍ଚାୟତର ଆନ୍ଧ୍ରପ୍ରଦେଶର ସୀମାନ୍ତକୁ ଲାଗି ଥିବା ସୀଙ୍ଗାଝଲାରୁ ତୂରୁକୁ ଗ୍ରାମକୁ ପକ୍କା ରାସ୍ତା ନାହିଁ କି ମୋବାଇଲ ନେଟୱର୍କ ନାହିଁ । ଏପରିକି ୨ ଚକିଆ ଯାନ ବି ଯିବା ଅସମ୍ଭବ । ମୋବାଇଲ ଟାୱାର ସ୍ଥାପନ ପାଇଁ ୨ ନଦୀ ପାର ହୋଇ ୧୦ କିମି ଚାଲି ଚାଲି ଗଲେ ମହିଳା ତହସିଲଦାର ଓ ଅତିରିକ୍ତ ତହସିଲଦାର । ଦୀର୍ଘ ବର୍ଷ ଧରି  ଅନେକ ଥର ଅଞ୍ଚଳବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୀଙ୍ଗାଝଲା, ଫୁଲଗୁମୀ, ଜାଡୱା, କଶୁ ଓ ତୂରୁକୁ ଗ୍ରାମକୁ ଯିବା ପାଇଁ ପକ୍କା ରାସ୍ତା ହୋଇ ପାରି ନାହିଁ। କମୁଗଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଦପ୍ତରରୁ ଉକ୍ତ ଗାଁକୁ କେବଳ ପାଦ ଚଲା ରାସ୍ତା ରହିଛି। ପୁଣି ଏହି ରାସ୍ତା ଉପରେ ବଡ ବଡ ପଥର ବାହାରି  ମଝି ମଝିରେ ଗର୍ତ୍ତ ସୃଷ୍ଟି ହୋଇ ଥିବାରୁ ଲୋକେ ପାଦରେ ଚାଲି ଯିବା ସହିତ ବାଇକରେ ଯିବା ସମ୍ଭବପର ନୁହେଁ। ଫଳରେ  ୫ ଖଣ୍ଡ ଗ୍ରାମବାସୀ ଅସୁସ୍ଥତା କିମ୍ବା ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିବା ପାଇଁ ରୋଗୀଙ୍କୁ ଭାରରେ ବହି କିମ୍ବା କାନ୍ଧେଇ ପ୍ରାୟ ୧୨ କିମି ଚାଲି ଚାଲି କମୁଗଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଲେ ଅଟୋ ଗାଡ଼ି ଭଡ଼ା କରି ଆସିବାକୁ ପଡୁଛି। 

WhatsApp Image 2025-10-16 at 22.32.14

ଏହି ପ୍ରକାର ରାସ୍ତା ନ ଥିବା ଗାଁ ମାନଙ୍କୁ ସରକାରଙ୍କ ବିକାଶ ମୂଳକ କାମ ପହଞ୍ଚିବା ସାତ ସପନ ହୋଇଥିବା ବେଳେ କିପରି ଜିଓ ଟାୱାର ସ୍ଥାପନ ହୋଇ ପାରିବ ଏବଂ ଉପାନ୍ତ ଅଞ୍ଚଳରେ ବସବାସ କରି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଆଦିବାସୀ ବହୁଳ  ତୂରୁକୁ ଗ୍ରାମକୁ ତହସିଲଦାର ସୋନାଲି ପାତ୍ର, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବାଗ ଓ ସ୍ଥାନୀୟ ଆର.ଆଇ ସୀଙ୍ଗାଝୋଲା ଗ୍ରାମରୁ ପାଦଚଲା ରାସ୍ତା ଦେଇ ପ୍ରାୟ ୧୦ କିମି ଅତିକ୍ରମ କରି ପହଞ୍ଚି ଥିଲେ। ଜଣେ ମହିଳା ତହସିଲଦାର ଜୀବନକୁ ବାଜି ଲଗାଇ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ସରକାରୀ ଅଧିକାରୀ ଏହି ଗ୍ରାମକୁ ପହଞ୍ଚି ନ ଥିବା ବେଳେ ହାତରେ ବାଡି ଧରି ଜିଓ ଟାୱାର ସ୍ଥାପନ ପାଇଁ ପହଞ୍ଚି ସ୍ଥାନ ଚିହ୍ନଟ କରି ଫେରି ଥିଲେ। ଆନ୍ଧ୍ର ପ୍ରଦେଶ ସୀମାନ୍ତ ହୋଇ ଥିବାରୁ ସୀମାନ୍ତକୁ ଲାଗି ଆନ୍ଧ୍ରର ଗୁନାଖାଲ, କୁନ୍ତେଶ, ଗର୍ଲୀମା, ଓ ଯେଣ୍ଡା ଗ୍ରାମ ଗୁଡିକ ରହିଛି। ଏହି ଗାଁ ଗୁଡିକକୁ ଆନ୍ଧ୍ର ସରକାରଙ୍କ ତରଫରୁ କିଛି ଗାଁକୁ ପକ୍କା ରାସ୍ତା ଥିବା ବେଳେ ଆଉ କିଛି ଗାଁକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। 

WhatsApp Image 2025-10-16 at 22.32.14 (1)

ଓଡ଼ିଶାରେ ସରକାର ଯାଇ ନୂତନ ସରକାର ଆସିଥିଲେ ମଧ୍ୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ  ଦେଇ ନ ଥିବାରୁ ଆଜି ପର୍ଯ୍ୟନ୍ତ ଲୋକେ ସେହି ପାଦ ଚଲା ରାସ୍ତା  ଦେଇ ଚାଲି ଚାଲି ରହି ଆସୁଛନ୍ତି। ପୁଣି କମୁଗଣ୍ଡାରୁ ତୂରୁକୁ ଗ୍ରାମକୁ ଯିବା ରାସ୍ତା ଦେଇ  ନଦୀ ହଲୂପକୁଡ଼ି ଓ କଡିଙ୍ଗିବାଲସା ନିକଟରେ ମଡୁବାନ୍ଧା ନଦୀ ରହିଥିବାରୁ ବର୍ଷା ଦିନ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥି ପାଇଁ ଏହି ଦୁଇ ସ୍ଥାନରେ ରାସ୍ତା ନିର୍ମାଣ ସହିତ ବ୍ରିଜ ନିର୍ମାଣର ଆବଶ୍ୟକ ରହିଛି । ସରକାରଙ୍କ ଯେଉଁ ବିଭାଗ ରାସ୍ତା ନିର୍ମାଣ କରିଲେ ମଧ୍ୟ ସରକାର ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ଶୀଘ୍ର କରି ତୁରୁକୁ ଗାଁ ରେ ଜିଓ ଟାୱାର ସ୍ଥାପନ କରିବାକୁ ସ୍ଥାନୀୟ ସରପଞ୍ଚ ଏରାମା କାଡ୍ରାକା, ନାଏବ ସରପଞ୍ଚ କୁର୍ମେୟା ପୀଡିକା, ନାଗେଶ କଣ୍ଡାଗରି, ସୀଙ୍ଗୁରୁ କାଡ୍ରାକା, ୱାର୍ଡ ମେମ୍ବର ତିମାନା କାଡ୍ରାକା, ଭେଂକା କାଡ୍ରାକା, ଓ ଲାଚେୟା ହିମରିକା ଗୁହାରି କରିଛନ୍ତି।

ରିପୋର୍ଟ: ଉତ୍ତମ ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe