Life End: ଭଲ ପାଇ ବିବାହ କରିଥିଲେ ଯୁବତୀ, ପରିବାରର ଅଣଦେଖା ପାଇଁ ଜୀବନ ହାରିଲେ!

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ସଦର ଆଦିବାସୀସାହିର ଜଣେ ପ୍ରେମ ବିବାହିତ ଯୁବତୀ ଗଛରେ ଚଢ଼ି ଜୀବନ ହାରିଦେଇଛନ୍ତି। ପ୍ରେମ ବିବାହ ପରେ ନିଜ ପରିବାର ଲୋକେ ଅଣଦେଖା କଲେ ବୋଲି ଯୁବତୀ ଜଣକ ପ୍ରାଣ ହାରିଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Bandugaon

Lady end life in Bandhugaon of Koraput district. Photograph: (sambad.in)

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ସଦର ଆଦିବାସୀସାହିର ଜଣେ ପ୍ରେମ ବିବାହିତ ଯୁବତୀ ଗଛରେ ଚଢ଼ି ଜୀବନ ହାରିଦେଇଛନ୍ତି। ପ୍ରେମ ବିବାହ ପରେ ନିଜ ପରିବାର ଲୋକେ ଅଣଦେଖା କଲେ ବୋଲି ଯୁବତୀ ଜଣକ ପ୍ରାଣ ହାରିଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତ ଯୁବତୀ ହେଲେ ଗୀତାଞ୍ଜଳି ମେଲକା (୨୦)। 

ପ୍ରାପ୍ତ ସୁଚନା ଅନୁଯାୟୀ ବନ୍ଧୁଗାଁ ବ୍ଲକ ଅଧୀନ କୁମ୍ଭାରୀପୁଟସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିକରପଡ଼ା ଗ୍ରାମର ଗୀତାଞ୍ଜଳି ମେଲେକା ଓ  ସଦର ପଞ୍ଚାୟତର ଆଦିବାସୀସାହିର ଜିତେନ୍ଦ୍ର ସାରକା ପାଠ ପଢୁଥିଲେ। ଏହାରି ମଧ୍ୟରେ ଉଭୟ ଗୀତାଞ୍ଜଳି ଓ ଜିତେନ୍ଦ୍ରଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରେମ ସଂପର୍କ ବିବାହରେ ପରିଣତ ହୋଇଥିଲା। ଆଜକୁ ୭ ମାସ ପୂର୍ବରୁ ଗୀତାଞ୍ଜଳିଙ୍କୁ ଜିତେନ୍ଦ୍ର ନିଜ ଘରକୁ ନେଇ ଆସିଥିଲା। ଉଭୟ ହସ ଖୁସିରେ ଏକାଠି ରହି ଆସୁ ଥିବା ବେଳେ ଝିଅର ବାପା ସିମି ମେଲେକା ଓ ପରିବାର ସଦସ୍ୟ ଝିଅର ଏହି ପ୍ରକାର ପ୍ରେମ ଵିଵାହକୁ ନେଇ ଅସନ୍ତୁଷ୍ଟ ଥିଲେ। ସେଥି ପାଇଁ ସେମାନେ ଗୀତାଞ୍ଜଳିଙ୍କ ଶଶୁର ଘରକୁ ଆସୁ ନଥିଲେ।

ତେନ୍ତୁଳି ଗଛରେ ଝୁଲିପଡ଼ିଲେ ଯୁବତୀ

ପୈତୃକ ଘରଲୋକଙ୍କର ଅଣଦେଖା ନେଇ ଗୀତାଞ୍ଚଳି ଭାଙ୍ଗି ପଡ଼ିଥିଲେ। ଅନେକ ସମୟରେ ସେ ବାପା-ମା’ଙ୍କୁ ମନେ ପକାଉଥିଲେ। କିନ୍ତୁ ନିଜେ ଭୁଲ କାମ କରିଛି ଅନୁତାପ କରି ବାପଘରକୁ ଯିବାକୁ ସାହାସ କରୁ ନଥିଲେ ବୋଲି ଚର୍ଚ୍ଚା ହେଉଛି। ଗୀତାଞ୍ଜଳି ଗତକାଲି ସନ୍ଧ୍ୟାରେ ଘୁସୁରାଗୁଡା ଗ୍ରାମକୁ ଯିବା ରାସ୍ତାର ପ୍ରାୟ ଅଧା କିମି ଦୂରକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ପାଣି ରଖି ତେନ୍ତୁଳି ଗଛ ଉପରକୁ ଚଢ଼ି ବେକରେ ଦୌଡ଼ି ଦେଇ ଝୁଲି ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: Heart Attack: କାଳିଆପାଣିରେ ହୃଦ୍‌ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ

ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଆଜି ସକାଳେ ସେହିରାସ୍ତା ଦେଇ ଯାଉଥିବା ଲୋକେ ଜଣେ ଯୁବତୀ ଗଛରେ ଝୁଲୁ ଥିବାର ଦୃଶ୍ୟ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଉଦ୍ଧାର କରି ବନ୍ଧୁଗାଁ ଗୋଷ୍ଠୀ କେନ୍ଦ୍ରକୁ ନେଇଥିଲା, ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ବାମୀ ଜିତେନ୍ଦ୍ର ସାରକା ଲିଖିତ ଭାବେ ବନ୍ଧୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଥାନା ଏଏସଆଇ ଅନିଲ ନାୟକ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  

ଆହୁରି ପଢ଼ନ୍ତୁ: Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...! 

ରିପୋର୍ଟ: ଉତ୍ତମ ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe