ଶବଦାହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବକ

Advertisment
ଶବଦାହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବକ

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ରଣ୍ଡାପାଲି ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ମୃତ୍ୟୁବରଣ କରିଥିବା ଯୁବତୀଙ୍କ ଶବ ଦାହ କରିବାକୁ ଯାଇ ଜଣେ ଯୁବକ କେନାଲ ପାଣିରେ ବୁଡ଼ି ଯାଇଛନ୍ତି। ଯୁବକ ଜଣକ ବାରିଣୀପୁଟ ଓସିସି ନଗର ଅଞ୍ଚଳର ସୀମନ୍ତ କୁମାର ନାୟକ (୩୮) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ୨୬ ନମ୍ବର ଜାତୀୟ ରାଜପଥର ରଣ୍ଡାପାଲି ସ୍ଥିତ ସରକାରୀ ପଲିଟେକିନିକ୍ ଛକ ନିକଟରେ ବାଇକ ଦୁର୍ଘଟଣାରେ ନବରଙ୍ଗପୁରର ସାଗର ପଟ୍ଟନାୟକ ଓ ବାରିଣୀପୁଟର ଓସିସ୍ ନଗରର ଉର୍ମିଳା ସେଠୀ ମୃତୁବରଣ କରି‌ଥିଲେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବା ପରେ ଉଭୟ ମୃତଦେହକୁ ପରବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ ଯୁବତୀ ଉର୍ମିଳାଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାରବର୍ଗ ଓ ସମ୍ପର୍କୀୟମାନ‌େ ଶଶ୍ମାନକୁ ଯାଇଥିଲେ। ଶେଷକୃତ୍ୟ ସମ୍ପନ୍ନ କରି ସୀମନ୍ତ ଗାଧୋଇବା ପାଇଁ ନିକଟ କେନାଲକୁ ଯାଇଥିଲେ। ସେଠାରୁ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଲେ କିନ୍ତୁ ପାଇଲେ ନାହିଁ। ଏନେଇ ସଦରଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସେଠାରେ ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଲେ କିନ୍ତୁ ପାଇପାରିଲେ ନାହିଁ, ଏନେଇ କୋରାପୁଟ ଓଡରାଫ୍ ଟିମ୍‌କୁ ଖବର ଦିଆଯାଇଥିଲା। ଓଡରାଫ୍ ଟିମ୍ ସେଠାରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଇଥିବା ବେଳେ ଖୋଜିବା କାର୍ଯ୍ୟ ବନ୍ଦ ରହିଛି, ସେମାନେ ଆସନ୍ତକାଲି ସକାଳୁ ସୀମନ୍ତକୁ ଖୋଜିବେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe