ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

Advertisment
ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

କୋରାପୁଟ: କୋରାପୁଟ ସହର ଉପକଣ୍ଠରେ ଥିବା ଏକ ଗାଁରୁ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କୋରାପୁଟ ସଦର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କୋରାପୁଟ ସହରର ଏସ.ଗଣେଶ୍ବର ରାଓ। ମିଳିଥିବା ସୂଚନା ଅନୁସାରେ ଯୁବକ ଜଣଙ୍କ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲେ। ପରେ ତାଙ୍କୁ ଅପହରଣ କରି ନେଇଥିଲେ। ଏଥିନେଇ ନାବାଳିକାଙ୍କ ପରିବାର ପକ୍ଷରୁ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe