ଆଶା ଦିଦି ଦଶୁଙ୍କ କର୍ମଠତା, କରୋନା ଛୁଇଁ ନଥିବା ଗାଁ ମାଳିକରିଚି

Advertisment
ଆଶା ଦିଦି ଦଶୁଙ୍କ କର୍ମଠତା, କରୋନା ଛୁଇଁ ନଥିବା ଗାଁ ମାଳିକରିଚି

କୋରାପୁଟ : ପ୍ରଥମ ଲହର ଯାଇଛି। ଦ୍ବିତୀୟ ଲହରରେ ଥରହର ହେଉଛି ସାରା ଦେଶ। କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରତିଦିନ ୨୫୦ରୁ ଅଧିକ ରୋନା ରୋଗୀ ଚିହ୍ନଟ ହେଉଛନ୍ତି। କିନ୍ତୁ ଏପରି ଗାଁ ରହିଛି ଏବେ ଯାଏ କରୋନା ଛୁଇଁ ପାରିନି। ସେହି ଗାଁ ହେଉଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କେବିଡି ପଞ୍ଚାୟତ ଅନ୍ତର୍ଗତ ମାଳି କରିଚି ଗାଁ। ଏହା ସମ୍ଭବ ହୋଇଛି କେବଳ ଜଣେ ଆଶା କର୍ମୀଙ୍କ ପାଇଁ। ଏହି ଆଶା ଜଣକ ହେଉଛନ୍ତି ଦଶୁ ମାଳି। ଗୋଟିଏ ପଟେ ୬ ପ୍ରାଣୀ ପରିବାର ଅନ୍ୟ ପଟେ ଗାଁର ଦାୟିତ୍ବ। ଏହାକୁ ସଫଳ ଭାବେ ତୁଲାଇ ଗାଁକୁ ‌କରୋନା ମୁକ୍ତ ରଖିଛନ୍ତି ଆଶା ଦିଦି ଦଶୁ। ଗାଁର ଦୁଇଟି ସାହିରେ ୨୦୧ଟି ପରିବାର ରହୁଛନ୍ତି। ମାଳିସାହି ଓ ପରଜା ସାହି ମିଶି ପ୍ରାୟ ୬୬୦ରୁ ଅଧିକ ଲୋକ। ଏହି ଗାଁରେ ପ୍ର‌ାୟ  ରହୁଥିବା  ଏହାସହ ଗାଁର ସବୁ ବୃଦ୍ଧବୃଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଟିକା ମଧ୍ୟ ଦିଆସରିଛି। ଦ୍ବିତୀୟ ଡୋଜ ପ୍ରଦାନ କରାଯିବାକୁ ରାବଣାଗୁଡା ସିଏଚସିକୁ ଯିବାକୁ ‌ରହିଥିବାବେଳେ ଅଟ‌ୋରେ ଯିବାକୁ ଅନୁମତି ନ ଥିବାରୁ ଏହିଠାରେ ଦିଆଯିବାକୁ ଦାବି ହୋଇଛି। ପ୍ରଥମ ଡୋଜ ରାଣିଗଡ ପଞ୍ଜାୟତ କାର୍ଯ୍ୟାଳୟରେ ପ୍ରଦାନ କରାଯାଇ ଥିବାବେଳେ ସେହିଠାରେ ଦ୍ବିତୀୟ ଡୋଜନ ଦେବାକୁ ଦାବି ହୋଇଛି। ଖାଲି ମାଳିକରିଚି କାହିଁକି ପ୍ରଧାନିଗୁଡା ଓ ବିନ୍ଧାଣିଗୁଡାରେ ରହିଥିବା ସବୁ ବୃଦ୍ଧବୃଦ୍ଧା ପ୍ରଥମ ଡୋଜ ନେଇଥିବା ଜଣାପଡିଛି। ତେବେ ଦଶୁ ୧୦ ବର୍ଷ ତଳେ ଏହି ଗାଁରେ ଆଶା ଦିଦି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe