ଉନ୍ନୟନ କାର୍ଯ୍ୟରେ ଅବହେଳା ନେଇ ବିଗିଡ଼ିଲେ ବିଧାୟକ

Advertisment

ପଞ୍ଚାୟତ ସମିତ ବୈଠକ

ପଞ୍ଚାୟତ ସମିତ ବୈଠକ

ଉନ୍ନୟନ କାର୍ଯ୍ୟରେ ଅବହେଳା ନେଇ ବିଗିଡ଼ିଲେ ବିଧାୟକ

ଜୟପୁର: ଶିକ୍ଷା, ସ୍ୱାସ୍ଥ୍ୟ, ସମନ୍ଵିତ ଶିଶୁ ବିକାଶ, କୃଷି ଆଦି ବିଭିନ୍ନ ବିଭାଗରେ ଉପୁଜୁଥିବା ସମସ୍ୟାକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଜୟପୁର ପଞ୍ଚାୟତ ସମିତି ବୈଠକରେ ବିଗିଡ଼ିଛନ୍ତି। ଛତୁଆ, ରାସ୍ତା କାମ, ବିହନ ବଣ୍ଟନ, ମନେରେଗା, ପଲ୍ଲୀସଭା ଆଦି ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା ହେଉଥିବାରୁ ତାହାକୁ ସଠିକ ରୂପେ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ଅଧିକାରୀମାନଙ୍କୁ କହିଛନ୍ତି। ନିର୍ମାଣ ହେଉଥିବା ସିମେଣ୍ଟ ରାସ୍ତା ଗୁଡିକ ଅତ୍ୟନ୍ତ ନିମ୍ନମାନର। କେନାଲ ନିକଟରେ ତିଆରି ହୋଇଥିବା ଗାର୍ଡଓ୍ଵାଲଗୁଡିକ ବର୍ଷେ ଦୁଇବର୍ଷ ଭିତରେ ଭାଙ୍ଗି ଯାଉଛି। ପଞ୍ଚାୟତ ପ୍ରତିନିଧିମାନଙ୍କୁ ନଡାକି କେବଳ ଦସ୍ତଖତ କରାଇ ପଲ୍ଲୀସଭା ସମାପନ କରାଯାଉଛିି। ଆଗାମୀ ଦିନରେ ପଲ୍ଲୀସଭା ଆୟୋଜନ ସମୟରେ ତାହାର ଭିଡିଓ ରେକର୍ଡିଂ କରି ଉଚ୍ଚ କର୍ତ୍ତୃୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପଲ୍ଲୀସଭାରେ ଆଗତ ହେଉଥିବା ସମସ୍ୟାକୁ ଗୁରୁତ୍ୱର ସହ ନେବାକୁ ଶ୍ରୀ ବାହିନୀପତି କହିଛନ୍ତି।ଏନ୍‌ଆର୍‌ଇଜିଏ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ପ୍ରକାଶ କରିଛନ୍ତି।

ପଞ୍ଚାୟତରେ ରହିଥିବା ଲମ୍ବା ରାସ୍ତାଗୁଡିକୁ ଚୟନ କରି ତାହକୁ ଗ୍ରାମ୍ୟଉନ୍ନୟନକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ପ୍ରଦାନ କରାଯାଉଛି। ସେହି ଛତୁଆ ପିଲାଙ୍କୁ ନଦେଇ ଫୋପାଡିବାକୁ ପଡୁଛି। ଛତୁଆ ତିଆରି ସମୟରେ ଲୋକପ୍ରତିନିଧିମାନଙ୍କୁ ଡାକି ସେମାନଙ୍କ ସମ୍ମୁଖରେ ମିଶ୍ରଣ କରିବାକୁ କହିଛନ୍ତି। ବିଭନ୍ନ ଗ୍ରାମରେ ଅଙ୍ଗନଓ୍ଵାଡି ପାଇଁ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇପାରୁନଥିବା ବେଳେ ତହସିଲଦାରଙ୍କୁ ଜାଗା ଚୟନ କରି ଦେବା ପାଇଁ କହିଛନ୍ତି। ଯେଉଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ନିମ୍ନମାନରେ ଦିଆଯାଉଛି ତାହାର ରିପୋର୍ଟ ତୁରନ୍ତ ବିଡିଓଙ୍କୁ ଜଣାପାଇବା ପାଇଁ ଶ୍ରୀ ବାହିନୀପତି କହିଛନ୍ତି।
ଜୟପୁର ବ୍ଳକ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ବାଗ୍‌ଦେରିଆଙ୍କ ଅଧ୍ୟକ୍ଷତାରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହିତାଧିକାରୀମାନେ ଯେପରି ଭାବେ ଭତ୍ତା ଓ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ଆଲୋଚନା କରାଯାଇଛି। କେତେକ ବିଦ୍ୟାଳୟରେ ରହିଥିବା ହଷ୍ଟେଲରେ ତତ୍ୱାବଧାରକ ରହିପାରୁନଥିବାରୁ ପିଲାମାନ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ମଧ୍ୟାନ୍ନ ଭୋଜନ ତିଆରିରେ ସଠିକ କାର୍ଯ୍ୟହେଉନାହିଁ। ସିଆର୍‌ସିସିମାନେ ବିଦ୍ୟାଳୟର ସଠିକ ତଥ୍ୟ ବିଇଓକୁ ପ୍ରଦାନ କରୁନାହାନ୍ତି। ବିଦ୍ୟାଳୟଗୁଡିକ ଅଧର୍ନିମିତ ଭାବରେ ରହିଥିବା ବେଳେ ତାହାର କାର୍ଯ୍ୟ ଶେଷ ହୋଇପାରୁନାହିଁ।

ସରକାରଙ୍କ ଠାରୁ ମିଳୁଥିବା ବିହନ ଉଚିତ ଚାଷୀଙ୍କୁ ପ୍ରଦାନ କରନ୍ତୁ। ଏହାସହ କୁଟୁରା, ମୁଖୀପୁଟ, ବଡକାଉଡି, ଧରଣାହାଣ୍ଡି ଗ୍ରାମରେ ପାନୀୟ ଜଳ ଯୋଗାଇବା ବିଷୟରେ ଆଲୋଚନା କରାଯାଇଛି। ବ୍ଳକର ୯ମାସରୁ ୧୫ ବର୍ଷର ପିଲାଙ୍କୁ ମିଳିମିଳା ପ୍ରତିଷେଧକ ଟୀକାକରଣ ନେଇ ଆଲୋଚନା କରାଯାଇଛି। ଏହି ବୈଠକକୁ ଏବିଡିଓ ମନୋଜ କୁମାର ନାୟକ ପରିଚାଳନା କରିଥିବା ବେଳେ ଜିପିଓ କୈଳାଶ ଚନ୍ଦ୍ରରଥ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିରେ ବ୍ଳକ ଉପାଧ୍ୟକ୍ଷ ଇଶ୍ୱର ବାଘ, ସାଂସଦ ପ୍ରତିନିଧୀ ବାଲା ରାୟ, ଜିଲ୍ଲାପରିଷଦ ସଭ୍ୟ ମନଧର ଗାଦବା, ବଲ୍ଲଭ ନାୟକ, ବିନ୍ଦୁରାଣୀ ମିଶ୍ରଙ୍କ ସମେତ ୨୨ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe