ବଜ୍ରାଘାତରେ ୨ଯୁବକ ମୃତ

Advertisment
ବଜ୍ରାଘାତରେ ୨ଯୁବକ ମୃତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲୀ ଗ୍ରାମ ନିକଟସ୍ଥ ଜମିରେ ବଜ୍ରାଘାତ ଘଟି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ପର୍ଲୀ ଗ୍ରାମର ଉର୍ଧବ ଅମନାତ୍ୟ(୩୫) ଓ ଡମ୍ବରୁ ଅମନାତ୍ୟ(୨୨) ବୋଲି ଜଣାପଡିଛି। ବୋରିଗୁମ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଅନ୍ୟପଟେ ବଜ୍ରାଘାତରେ ୨ଜଣ ଯୁବକଙ୍କ ମୃତ୍ୟୁ ପରେ ପର୍ଲୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ପର୍ଲୀ ଗ୍ରାମର ଉର୍ଧବ ଅମନାତ୍ୟ ଓ ଡମ୍ବରୁ ଅମନାତ୍ୟ ଆଜି ଗାଁ ନିକଟରେ ଥିବା ନିଜ ଜମିକୁ କାମ କରିବାକୁ ଯାଇଥିଲେ। ତେବେ ଅପରାହ୍ନରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା। ଏହି ଜମି ନିକଟରେ ହଠାତ୍‌ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ହିଁ ଉର୍ଧବ ଓ ଡମ୍ବରୁଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବୋରିଗୁମ୍ମା ଥାନା ଅଧିକାରୀ ସୁଦାମ ସାହୁ, ତହସିଲଦାର ପ୍ରଣବ ରଂଜନ ବେହେରା, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୁଲିସ ଶବ ଜବତ କରି ବୋରିୁଗମ୍ମା ଆଣିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଉଦ୍ୟମ କରାଯିବ ବୋଲି କୋଟପାଡ ବିଧାୟକ ଶ୍ରୀ ମାଝୀ କହିଛନ୍ତି। ମୃତ ଉର୍ଧବଙ୍କ ପତ୍ନୀ ଓ ୨ଟି ସନ୍ତାନ ରହିଥିବା ବେଳେ ଡମ୍ବରୁ ୮ମାସ ତଳେ ବିବାହ କରିଥିଲେ। ଉଭୟଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe