ସରକାରଙ୍କୁ ଛତିଡିପୁଟବାସୀଙ୍କ ପ୍ରଶ୍ନ: ସରକାରୀ ଯୋଜନାରେ କେବେ ମିଳିବ ଘର?

Advertisment
ସରକାରଙ୍କୁ ଛତିଡିପୁଟବାସୀଙ୍କ ପ୍ରଶ୍ନ: ସରକାରୀ ଯୋଜନାରେ କେବେ ମିଳିବ ଘର?

ଜୟପୁର: ସରପଞ୍ଚଠାରୁ ଆରମ୍ଭ କରି ସମିତି ସଭ୍ୟଙ୍କୁ କହି କହି ଥକିଲୁଣି। ଭୋଟ ନେବା ବେଳେ ହାତୀ ଦେବୁ, ଘୋଡା ଦେବୁ କହି ଭୋଟ ନେଲେ। ଏବେ ଆମ ଆଡ଼କୁ ଟିକେ ଚାହିଁଲେ ବି ନାହିଁ। ବଂର ବ୍ଲକ କାର୍ଯ୍ୟାଳୟରେ ଦେଖି ଏହି କାଗଜ ହେବ ନାହିଁ କହି ମୁହଁମୋଡି ଚାଲିଗଲେ। ବର୍ଷକୁ ବର୍ଷ ଆବେଦନ କରୁଛୁ ହେଲେ ଆମକୁ ମିଳୁନି ସରକାରଙ୍କ ବିଭିନ୍ନ ଯୋଜନାରେ ରହିଥିବା ସରକାରୀ ଘର। ଆମକୁ ଇନ୍ଦିରା ଆବସ ମିଳୁଛି ନା ବିଜୁ ପକ୍କା ଘର। ଏପରି ଅଭିଯୋଗ ଆଣି ଆଜି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ବିଡିଓଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିଲେ ଗଡପଦର ପଞ୍ଚାୟତ ଅନ୍ତର୍ଗତ ଛତିଡିପୁଟ ଗାଁ ହରିଜନ ସାହିର ୧୦ରୁ ଅଧିକ ଗ୍ରାମବାସୀ। ସେମାନେ ହେଲେ ଉଲ୍ଲାସ ହରିଜନ, ଡାଳିମ୍ବ ହରିଜନ, ଉଷା ହରିଜନ, ହର୍ଷମଣି ହରିଜନ, ଡାଳିମ୍ବ କୁମାରୀ ହରିଜନ, ଚନ୍ଦ୍ରିକା ହରିଜନ, ବିଡିକା ହରିଜନ, ସଦନ ହରିଜନ, ରଇତ ହରିଜନ, ଲବଙ୍ଗ ହରିଜନ ଓ ଲାବଣ୍ୟ ହରିଜନ।

ମିଳିଥିବା ସୂଚନା ମୁତାବକ ଏହି ପରିବାରମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ କେଉଁକାଳରୁ ଏହିଠାରେ ଝାଟିମାଟି ଘରେ ରହିଆସୁଛନ୍ତି। ପ୍ରତିବର୍ଷ ବର୍ଷା ଦିନେ ଏହି ଗାଁରେ ପାହାଡିଆ ବନ୍ୟାପାଣିରେ ମାଟିଘରେ ପାଣି ପଶୁଥିବା ବେଳେ କାନ୍ଥ ଗଳି କେହି ନା କେହିଁ ମୃତ୍ୟୁବରଣ କରନ୍ତି। ହେଲେ ବ୍ଲକ ପକ୍ଷରୁ ଏହି ସାହିରେ ରହୁଥିବା କୌଣସି ବ୍ୟକ୍ତିଙ୍କୁ ବାସଗୃହଟିଏ ମିଳିପାରିନାହିଁ। ଫଳରେ ନାହିଁ ନ ଥିବା ହଇରାଣ ହେଉଛି ଏହି ସାହିର ୨୫ରୁ ଅଧିକ ପରିବାର।

ଆଜି ଏହି ସାହିର ଲୋକେ ବିଡିଓଙ୍କୁ ଏନେଇ ଭେଟିବାକୁ ଆସିଥିବା ବେଳେ ସରପଞ୍ଚଙ୍କୁ ଭେଟିଥିଲେ। ସାହିର ଲୋକେ ତାଙ୍କୁ ଏନେଇ କହିଥିଲା ବେଳେ ସେ ଏହି କାଗଜରେ ହେବ ନାହିଁ ବୋଲି ପଳାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ବ୍ଲକ କାର୍ଯ୍ୟରେ ରହିଥିବା କିରାଣୀଙ୍କଠାରୁ ଆବଶ୍ୟକ କାଗଜପତ୍ର ଆଣି ଦାଖଲ କରି ବିଡିଓଙ୍କୁ ଦେଇଥିବା ଜଣାପଡିଛି। ଗାଁର ଉଲ୍ଲାସ ହରିଜନ କହିଛନ୍ତି କି ଗାଁରେ ଏତେଦିନ ହେଲା ରହୁଛୁ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଆମକୁ ଘର ଖଣ୍ଡେ ମିଳିପାରୁନି। ଥିଲାବାଲଙ୍କୁ ସରକାର ଘର ଦେଉଥିବା ବେଳେ ଆମେ ତ ଦୀନହୀନଖଣଟିଖିଆ ଲୋକ। ଆମକୁ କାହିଁକି ସରକାରଙ୍କ ବିଭିନ୍ନ ଯୋଜନାରେ ଘର ମିଳିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏନେଇ ବଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି, ଯୋଗ୍ୟ ବିବଚେିତ ହିତାଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ। ସେମାନେ ଆବଦେନ କରିବାପରେ ସେମାନଙ୍କୁ ନିଶ୍ଚିତଭାବେ ବ୍ଲକ କାର୍ଯ୍ୟଳୟ ପକ୍ଷରୁ ସହଯୋଗର ହାତ ବଢ଼ାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe