ସରପଞ୍ଚଙ୍କୁ ଏସ୍‌ଡିଓଙ୍କ ଆକ୍ରମଣ ଘଟଣା: ମିଳିତ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

Advertisment

ଚାକିରିରୁ ବହିଷ୍କାର ନକଲେ ପଶ୍ଚିମ ଓଡ଼ିଶା ବନ୍ଦ ଚେତାବନୀ

ଚାକିରିରୁ ବହିଷ୍କାର ନକଲେ ପଶ୍ଚିମ ଓଡ଼ିଶା ବନ୍ଦ ଚେତାବନୀ

ସରପଞ୍ଚଙ୍କୁ ଏସ୍‌ଡିଓଙ୍କ ଆକ୍ରମଣ ଘଟଣା: ମିଳିତ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁଙ୍କୁ ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କ ମାଡ଼ ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଏହି ଘଟଣାକୁ ନେଇ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବଲାଙ୍ଗୀର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଥାନାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବାକୁ ତୀବ୍ର ନିନ୍ଦା କରାଯାଇଛି।

ସେହିପରି ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏସ୍‌ଡିଓ ଓ ୨ ସହଯୋଗୀଙ୍କ ବିରୋଧରେ ୩୦୭ ଦଫା ଲଗାଇବା ସହ ଚାକିରିରୁ ବହିଷ୍କାର କରାଯିବା, ଉନ୍ନତିମୂଳକ କାର୍ଯ୍ୟକୁ ଓଡ଼ିଶା ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି ଦ୍ବାରା ଯାଞ୍ଚ କରାଯିବା, ସରପଞ୍ଚ ଶ୍ରୀ ଗୁରୁଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି। ସାତ ଦିନ ମଧ୍ୟରେ ଦାବି ପୂରଣ କରାନଗଲେ ପରବର୍ତ୍ତୀ ସମୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମଗ୍ର ପଶ୍ଚିମ ଓଡ଼ିଶା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସମ୍ମିଳନୀରେ ସୁବାସ ଆଚାର୍ଯ୍ୟ, ଜନସନ ନାଗ, ଡିଙ୍ଗର କୁମ୍ଭାର, ବୈଦ୍ୟନାଥ ମିଶ୍ର, ଦେବରାଜ ପଧାନ, ଦେବାଶିଷ ସାହୁ, ସନ୍ତୋଷିନୀ ବରିହା, ଧନଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe