ବୀରମହାରାଜପୁରରେ କୋସଳ ଏକତା ଦିବସ ପାଳିତ, ଦାବି ହାସଲ ପାଇଁ ହେବ ଆନ୍ଦୋଳନ

ବୀରମହାରାଜପୁରରେ କୋସଳ ଏକତା ଦିବସ ପାଳିତ, ଦାବି ହାସଲ ପାଇଁ ହେବ ଆନ୍ଦୋଳନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ବାହାରେ କୋସଳ ରାଜ୍ୟ ସମନ୍ଵୟ ସମିତି ତରଫରୁ କୋସଳ ଏକତା ଦିବସ ପାଳିତ ହୋଇଯାଇଛି। କୋସଳ ରାଜ୍ୟ ସମନ୍ଵୟ ସମିତି ନିଷ୍ପତି କ୍ରମେ ଆଜି ସ୍ୱଗର୍ତ ପ୍ରେମରାଜ ଦୁବେଙ୍କ ଜନ୍ମଦିନକୁ କୋସଳ ଏକତା ଦିବସ ଭାବରେ ପାଳନ କରାଯାଇଥିଲା।

କୋସଳ ରାଜ୍ୟ ସମନ୍ଵୟ ସମିତି କେନ୍ଦ୍ରୀୟ କମିଟି ସଭାପତି ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଗଠନ ସମ୍ପାଦକ କିଶୋର ହୋତା, ବାଗବର ସରପଞ୍ଚ ବ୍ୟମୋକେଶ ପଣ୍ଡା, ସମାଜସେବୀ ଭଗବାନ ବାଘ, ଗୌର ଜଗଦଲା, ପ୍ରଦୀପ ପଣ୍ଡା, ରମାକାନ୍ତ ଚାନ୍ଦ, ଦୈତାରୀ ପଣ୍ଡା, ନବ ତ୍ରିପାଠୀ, ଉମା ଶଙ୍କର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ତରିଆ କୋସଳ ଏକତା ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇ କହିଥିଲେ। ସଂଗଠନ ସମ୍ପାଦକ ଶ୍ରୀ କିଶୋର ହୋତା କୋସଳ ରାଜ୍ୟ ଗଠନ ପାଇଁ ସବୁ ବର୍ଗ ଲୋକଙ୍କୁ ସାମିଲ କରି ଦାବି ହାସଲ ପାଇଁ ଲଢେଇକୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଥିଲେ। ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe