କୋଟିଆ ବିବାଦ: ମାଳତୀଙ୍କୁ ଗିରଫ କରିବାକୁ ସାଲୁର ବିଧାୟକଙ୍କ ମସୁଧା

Advertisment
କୋଟିଆ ବିବାଦ: ମାଳତୀଙ୍କୁ ଗିରଫ କରିବାକୁ ସାଲୁର ବିଧାୟକଙ୍କ ମସୁଧା

Sambad

କୋରାପୁଟ: ସାଲୁର ବିଧାୟକ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ରହିଥିବା‌ ‌କୋଡମା ପଞ୍ଚାୟତର ୨୧ ଖଣ୍ଡ ଗାଁକୁ ଯୋଗାଇ ପାରୁ ନାହାନ୍ତି ସର୍ବନିମ୍ନ ସୁବିଧା। କିନ୍ତୁ ଓଡ଼ିଶାର କୋଟିଆର ପଞ୍ଚାୟତରେ ପ୍ରବେଶ କରି ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି। ବିଭିନ୍ନ ଯୋଜାନରେ କୋଟିଆରେ ରହୁଥିବା ଲୋକଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବାକୁ ଯୋଜନା କରୁଥିବାବେଳେ ଏଥିନେଇ ସ୍ବର ଉତ୍ତ‌ୋଳନ କରିଥିଲେ ସେଠାକାର କିଛି ଆଦିବାସୀ। ସେମାନଙ୍କ ମଧ୍ୟରୁ ଜଣେ ହେଲେ କୋଡମା ଅଞ୍ଚଳର ମାଳତୀ ଦୋରା।

ଏବେ ଏହି ବିଧାୟକ ତାଙ୍କ ବିରୋଧରେ ଖଡ୍ଗହସ୍ତ ହୋଇଛନ୍ତି। ମାଳତୀ ତେଲଗୁ ଦେଶମ ପାର୍ଟି ସମଥର୍ନ ପାଇଁ ପଞ୍ଚାୟତ ନିର୍ବାଚନ ଲଢିଥିବା ଓ କୋଟିଆ ବିବାଦରେ ପ୍ରବେଶ କରୁଥିବାରୁ ସାଲୁର ବିଧାୟକ ପିଡ୍ଡିକା ରାଜାନ୍ନା ଦୋରା ରାଗି ନିଆଁ ହୋଇଯାଇଛନ୍ତି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପାର୍ବତୀପୁରମ୍‌ ଏସପି ଓ ସ୍ଥାନୀୟ ଥାନାକୁ ମୌଖିକ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ସାଲୁର ଟାଉନରେ ଏକ ଦଳୀୟ କାର୍ଯ୍ୟକ୍ରମ ଚାଲିଥିଲା। ଏହି ବୈଠକରେ ଦଳର ବିଭିନ୍ନ ନେତା ମାଳତୀ ଦୋରା ଆନ୍ଧ୍ରର ଏହି କୋଡମା ଅଞ୍ଚଳର ଶାନ୍ତିଶୃଙ୍ଖଳା ଭାଙ୍ଗିବାକୁ ଓଡ଼ିଶା ସହ ହାତ ମିଶାଇଛନ୍ତି।

ତେଣୁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି କିଛି ନେତା ସାଲୁର ବିଧାୟକଙ୍କୁ ଅନୁରୋଧ କରିଥିଲେ। ଏନେଇ ବିଧାୟକ ଏହି ଘଟଣାକୁ ଗୁରୁତ୍ବର ନେଇ ମାଳତୀ ରହୁଥିବା ଚୋଡିପାଳ୍ଲୀ ଗାଁରେ ସ୍ତାନୀୟ ସରପଞ୍ଚ, ପୁଲିସ ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସରକାରୀ କର୍ମଚାରୀମାନେ ତଦନ୍ତ କରିବାପ‌ରେ ସେ ଗାଁରେ ରହୁ ନ ଥିବାବେଳେ ତାଙ୍କ ମା’ ସହ ଆଉ ୮ଜଣଙ୍କ ନାମରେ ରାସନକାର୍ଡ ରହିଛି। ଏହାସହ ତାଙ୍କ ଗାଁରେ ରହିଥିବା ଘରବାଡି ପଟା ଜାଲିଥିବା ଦର୍ଶାଇଥିବାରୁ ଏହାକୁ ନେଇ ସେ ବେଆଇନ ଭାବେ ସରକାରଙ୍କ ଠାରୁ ଋଣ ନେଇଛନ୍ତି ଦୋଷାରୋପ କରାଯାଇଛି।

ଅନ୍ୟପକ୍ଷରେ ମାଳତୀ ଦୋରା ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ଆନ୍ଧ୍ର ସରକାରଙ୍କ ବିରୋଧରେ ଟିଡିପି ମୁଖ୍ୟଙ୍କୁ ଭେଟିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ଏହାସହ ଯଦି ତାଙ୍କୁ ଗିରଫ କରାଯାଏ, ତେବେ ପରିସ୍ଥିତ ଭୟାବହ ହେବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe