ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ପ୍ରମାଣ ଦାଖଲ ପାଇଁ ଜୟପୁର ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ କାଗଜପତ୍ର ଖୋଜା

Advertisment
ଦୀର୍ଘ ୨୦ ବର୍ଷର ଆଇନଗତ ଲଢ଼େଇ ପରେ ଏକାଠି ହେଲେ ଦମ୍ପତି

www.indiatoday.in

ଜୟପୁର: ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ଦାଖଲ କରିବାକୁ ଥିବା କାଗଜପତ୍ର ଖୋଜା କାମ ଏବେ ଜୟପୁର ସବରେଜିଷ୍ଟ୍ରି ଅଫିସରେ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଦେବନ୍ କୁମାର ପ୍ରଧାନଙ୍କ ନିର୍ଦେଶରେ ୧୯୪୬ରୁ ୧୯୫୬ ମସିହା ପର୍ଯ୍ୟନ୍ତ ରହିଥିବା ବିଭିନ୍ନ କାଗଜପତ୍ର ଖୋଜା ଯାଉଛି। ଏହି କାଗଜପତ୍ରକୁ କୋଟିଆ ଗ୍ରାମପୁଂଜରେ କେଉଁ କେଉଁ ଗାଁ ରହିଥିଲା, ଏହା ବାଦ ବି ସୀମାନ୍ତର ଅନ୍ୟ କେଉଁ ଗାଁ ରହିଛି ତାହାର ପ୍ରମାଣ ମିଳିପାରିଲେ ତାହାକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବାର ଯୋଜନା ରହିଛି। ପ୍ରକାଶ ଯୋଗ୍ୟ, ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଂଜର ତିନୋଟି ଗାଁର ଗାଁ ନାଁକୁ ପରିବର୍ତ୍ତନ କରି ଏହାରି ମଧ୍ୟରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରିଛି। ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆନ୍ଧ୍ର ଏହି ତ‌ିନୋଟି ଗାଁ ସେମାନଙ୍କର ବୋଲି ଏକ ସତ୍ୟପାଠ ଦାଖଲ କରିଥିଲେ। ଗତ ୧୯ତାରିଖ ଦିନ ଓଡିଶା ସରକାର ଏହି ମାମଲାର କାଉଣ୍ଟର ଦାଖଲ କରିବା ପାଇଁ ୪ସପ୍ତାହ ସମୟ ମାଗିଥିଲେ।

ଜିଲ୍ଲାପ୍ରଶାସନ ଏବେ ଏଥି ପାଇଁ କାଗଜପତ୍ର ପ୍ରସ୍ତୁତି କାମ ଆରମ୍ଭ କରିଛି। ଜୟପୁର ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଡେକାନ୍ ୟେଲଗା ୱାଲସାର ଏକ ୨୧ ଏକର ଜମିର ପଂଜିକରଣ ୧୯୫୬ ମସିହାରେ ହୋଇଥିବାକୁ ନେଇ ଆମ କୋଟିଆ ଅଭିଯାନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ସରକାରଙ୍କୁ ଜଣାଇବା ସହ ବିଭିନ୍ନ ଗଣମାଧ୍ୟମରେ ମତ ରଖିଥିଲେ। ଏହାକୁ ରାଜ୍ୟସରକାର ଓ ପ୍ରଶାସନ ଗୁରୁତର ସହ ବିଚାରକୁ ନେଇଛନ୍ତି। ଯେ ହେତୁ କୋଟିଆ ଗ୍ରାମପୁଂଜ ମାଡ୍ରାସ ପ୍ରୋଭିନସ୍ ଅର୍ନ୍ତଗତ ଜୟପୁର ଜମିଦାରୀର ପଟାଙ୍ଗୀ ଥାନା ଅର୍ନ୍ତଭୁକ୍ତ ରହିଥିଲା। ତେଣୁ ଜୟପୁର ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଏହି ଜମି ପଂଜିକରଣ ବାଦେ ଆଉ କେଉଁ କେଉଁ କାଗଜପତ୍ର ରହିଛି ତାହାର ଯାଂଚ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଦେବନ୍ କୁମାର ପ୍ରଧାନ ସବରେଜିଷ୍ଟ୍ରି ଅଧିକାରୀ ନୀଳକଣ୍ଠ ନାଇଡ଼ୁଙ୍କୁ ନିର୍ଦେଶ ଦେଇଥିଲେ। ଆଜି ଦିନ ତମାମ ଏହି ସବୁ କାଗଜପତ୍ର ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଖୋଜି ବାହାର କରାଯାଇଥିବା ସବରେଜିଷ୍ଟ୍ରି ଅଧିକାରୀ ଶ୍ରୀ ନାଇଡ଼ୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe