ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ର ପ୍ରସିଦ୍ଧ ସଂଗ୍ରାମୀ ପୀଠ ସାଲିହାରେ ଶନିବାର କ୍ରାନ୍ତି ଦିବସ ପାଳିତ ହୋଇଛି। ୧୯୩୦ ମସିହା ଜଙ୍ଗଲ ସତ୍ୟାଗ୍ରହକୁ ନେଇ ଏକ ବୈଠକ ବସିଥିବା ବେଳେ ଇଂରେଜ ଗୁଳିରେ କିଛି ସଂଗ୍ରାମୀ ସହିଦ ହୋଇଥିଲେ। ଉକ୍ତ ଦିନକୁ ମନେ ପକାଇବା ପାଇଁ ଗତ ୧୦ ବର୍ଷ ହେଲା ସେହି ଗ୍ରାମର ସ୍ମ୍ମୃତି ଯୁବ ପରିଷଦ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଉଛି। ହେଲେ ଆଜି ବି ସେହି ପୀଠ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ଆସିଲେ ସମସ୍ତଙ୍କର ମନେପଡ଼େ। ବିଗତ ଦିନରେ ସ୍ମୃତି ସ୍ତମ୍ଭରେ ଅନେକ ସୁବିଧା କରାଯିବା ନେଇ ଅନେକ ନେତା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ତାହା ପ୍ରତିଶ୍ରୁତିରେ ହିଁ ରହି ଯାଇଛି। ଏପଟେ ସ୍ମୃତି ପୀଠକୁ ଯିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଯୁବକ ସଂଘ କର୍ମକର୍ତ୍ତା।
ସାଲିହାରେ କ୍ରାନ୍ତି ଦିବସ
Advertisment
Follow Us