ଉନ୍ନତ ବଳଦଟଣା କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା

Advertisment
ଉନ୍ନତ ବଳଦଟଣା କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା

??????

ବାରିପଦା: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ-୧ ର ମିଳିତ ଉଦ୍ୟମରେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଜୁଆଲିରାମ ଗ୍ରାମଠାରେ ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ଶତାଧିକ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ I ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଉପସ୍ଥିତ ଚାଷୀମାନଙ୍କୁ ପ୍ରକଳ୍ପ ତରଫରୁ ବିକଶିତ ଉନ୍ନତ କ୍ରୁଷି ଯନ୍ତ୍ରପାତି ଯଥା ଓୟୁଏଟି ମୋଡ ପତ୍ର ଲଙ୍ଗଳ, ଉନ୍ନତ ଜୁଆଳି, ମଂଜିବୁଣା ଯନ୍ତ୍ର, କାଦୁଅ କରିବା ଯନ୍ତ୍ର ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠି, ଜିଲା କୃଷି ଅଧିକାରୀ ଲକ୍ଷ୍ମନ ମୁର୍ମୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମୋହନ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାରର ଲାଭ ସମ୍ପର୍କରେ ସୂଚନା ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ ୧ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ସଂଘମିତ୍ରା ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଓୟୁଏଟି ର ସ୍ନାତକ ଛାତ୍ରୀ ସ୍ଵେତାଲି ପଣ୍ଡା, ସର୍ଫରIଜ ମହମ୍ମଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କସହ ଆଲୋଚନା କରିଥିଲେ I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe