ଭଦ୍ରକରେ ପ୍ରତିବାଦ: କୃଷି ଓ ଶ୍ରମିକ ବିଲକୁ ବିରୋଧ, ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ରାଜପଥ ଅବରୋଧ

କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ଓଡିଶା କୃଷକସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା

ଭଦ୍ରକରେ ପ୍ରତିବାଦ: କୃଷି ଓ ଶ୍ରମିକ ବିଲକୁ ବିରୋଧ, ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ରାଜପଥ ଅବରୋଧ

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷି ବିଲକୁ ନେଇ ସାରା ଭାରତ ବର୍ଷରେ ପ୍ରତିବାଦର ସ୍ବର ଉଠିଛି।  କେନ୍ଦ୍ର ସରକାରଙ୍କର ବିଲ୍ ବିରୋଧରେ ଭଦ୍ରକରେ  ଆଜି  ବିଭିନ୍ନ ସଂଗଠନ  ଆନ୍ଦୋଳନକୁ ଓହ୍ଲାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ  ରାସ୍ତାରୋକ୍, ଆନ୍ଦୋଳନ, ଧାରଣା, ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରିଥିଲେ। କୃଷକ ଓ ଶ୍ରମିକମାନଙ୍କ ସ୍ବାର୍ଥକୁ ବଳି ଦେଉଥିବା କେନ୍ଦ୍ର ସରକାରଙ୍କୁ ଆଗାମୀ ଦିନରେ ସବୁ ବର୍ଗରୁ ବିରୋଧ କରାଯିବ ବୋଲି ବିକ୍ଷୋଭକାରୀ ନେତାମାନେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାର ପାସ୍ କରିଥିବା କୃଷି ବିଲକୁ ତୀବ୍ର ବିରୋଧ କରି ଆଜି  ନବ ନିର୍ମାଣ କୃଷକ ସଂଗଠନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ  ଶତାଧିକ  ସଂଗଠକ  ନୂଆବସ୍ ଷ୍ଟାଣ୍ଡ ନିକଟସ୍ଥ ୧୬ ନମ୍ବର ଜାତୀୟ ରଜାପଥକୁ ଅବରୋଧ କରିଥିଲେ। ଜାତୀୟ ରାଜପଥ ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ବରେ  ଶହ ଶହ ସଂଖ୍ୟାରେ ଗାଡି ମଟର ଠିଆ ହୋଇ ରହିଥିଲା। ସେହିପରି ନବ ନିର୍ମାଣ  ଯୁବ ଛାତ୍ର  ସଂଗଠନ ପକ୍ଷରୁ ଶତାଧିକ ଛାତ୍ର ଓ ଯୁବକ ବନ୍ଧୁ ରାଜପଥ ଉପରେ ଠିଆ ହୋଇ କେନ୍ଦ୍ର ସରକାରଙ୍କର କୃଷକ ମାରଣ  କୃଷି ବିଲ୍  ବିରୋଧରେ ନାରା ବାଜୀ କରିଥିଲେ। କୃଷି ବିଲ୍ କୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

publive-image

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ  ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ  ସମ୍ମୁଖରେ କେନ୍ଦ୍ର ସରକାରଙ୍କର କୃଷି ବିଲ୍  ଓ ଶ୍ରମିକ  ମାରଣ ବିଲ୍ ପ୍ରତ୍ୟାହାର ଦାବିରେ ପ୍ରତିବାଦ ସଭା କରାଯାଇଥିଲା। କେନ୍ଦ୍ରରେ ପରିଚାଳିତ ବିଜେପି ସରକାର ହେଉଛି କୃଷକ ବିରୋଧୀ ସରକାର।  ଏ ସରକାରଙ୍କୁ ତୁରନ୍ତ ଗାଦିରୁ ହାଟାଇବା ପାଇଁ କୃଷକ ଓ ଶ୍ରମିକମାନେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ଆଜିର ପ୍ରତିବାଦ ସଭାରେ  ଉପସ୍ଥିତ  କଂଗ୍ରେସ ନେତାମାନେ  ମତ ପ୍ରକାଶ କରିଥିଲେ। । କୃଷକମାନଙ୍କ ସ୍ବାର୍ଥକୁ ବଳି ଦେଇ  ବିଜେପି  ମୁନାଫା ଖୋର  ବ୍ୟବସାୟୀ  ଗୋଷ୍ଠୀଙ୍କୁ  ସୁହାଇଲା ଭଳି  କୃଷି ବିଲ୍ ପାସ୍ କରିଛନ୍ତି। ଯେଉଁ ବିଲ୍ କୁ କଂଗ୍ରେସ ପକ୍ଷରୁ  ତୀବ୍ର ବିରୋଧ କରାଯାଇଛି। ଆଜିର ଏଇ ଆନ୍ଦୋଳନ ବେଳେ  ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର  ଶତାଧିକ କଂଗ୍ରେସ କର୍ମୀ ଓ ନେତା ଯୋଗଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ସେହିପରି ଭଦ୍ରକରେ ଆଜି କେନ୍ଦ୍ର ସରକାରଙ୍କର କୃଷି  ଓ ଶ୍ରମିକ ବିଲକୁ ବିରୋଧ କରି ଓଡ଼ିଶା କୃଷକ ସଭାର ଭଦ୍ରକ ଜିଲ୍ଲା ଶାଖା  ଓ ଧାମରା ପୋର୍ଟ ୱାକର୍ସ ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା।  ଶତାଧିକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ।  ସିଟୁ ନେତା  ଦିବ୍ୟସିଂହ ନାୟକଙ୍କ ନେତୃତ୍ବରେ ଅନୁଷ୍ଟିତ ପ୍ରତିବାଦ ସଭାରେ କର୍ମୀମାନେ ‌ ଯୋଗ ଦେଇ କେନ୍ଦ୍ର  ସରକାରଙ୍କର ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଶ୍ରମିକ ଛଟେଇ ବ୍ୟବସ୍ଥାର ତୁରନ୍ତ ପରିବର୍ତ୍ତନ କରାଯିବା ନେଇ ଶ୍ରମିକ ସଂଗଠନର ନେତାମ‌ାନେ ଦାବି କରିଥିଲେ। କେନ୍ଦ୍ର ସରକାର ଶ୍ରମିକମାନଙ୍କ ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଉଗ୍ରରୂପ ନେବ ବ‌ୋଲି ଶ୍ରୀ  ଶ୍ରମିକ ନେତାମାନେ ଆଜିର ଆନ୍ଦୋଳନ  ଓ ବିକ୍ଷୋଭ ବେଳେ  ଚେତାବନୀ ଦେଇଛନ୍ତି।  ଆଜି ଦିନ ତମାମ ଭଦ୍ରକରେ କେନ୍ଦ୍ର ସରକାର ବିରୋଧୀ ନାରା ଦିଆଯାଇ ବିଭିନ୍ନ ସ୍ଥାନରେ ପ୍ରତିବାଦ  କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe