ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ସରିଲା

Advertisment

୧୯କୋଟି ୪୨ଲକ୍ଷର ଯନ୍ତ୍ରପାତି ବୁକିଂ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୪ ଏଗ୍ରୋ ସର୍ଭିସ ସେଣ୍ଟରକୁ ୬କୋଟି

୧୯କୋଟି ୪୨ଲକ୍ଷର ଯନ୍ତ୍ରପାତି ବୁକିଂ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୪ ଏଗ୍ରୋ ସର୍ଭିସ ସେଣ୍ଟରକୁ ୬କୋଟି

ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ସରିଲା

Sambad

ଜୟପୁର: ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଗତ ୬ତାରିଖରୁ ଆରମ୍ଭ ହୋଇଥିବା ଦକ୍ଷିଣାଞ୍ଚଳ କୃଷି ମ‌ହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି। ଏଥିରେ ୯୩୦ଜଣ ଚାଷୀ ୧୯କୋଟି ୪୨ଲକ୍ଷ ୯୫ହଜାର ଟଙ୍କାର କୃଷି ଯନ୍ତ୍ରପାତି ବୁକିଂ କରିଥିବା ସୂଚନା ମିଳିଛି। ୭୧୦ଜଣଙ୍କର ୧୦କୋଟି ୪୫ଲକ୍ଷ ୫ହଜାର ଟଙ୍କାର ପରମିଟ ବାହାରିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୪ଟି ଏଗ୍ରୋ ସର୍ଭିସ ସେଣ୍ଟର ଖୋଲିବାକୁ ୬କୋଟି ୫ଲକ୍ଷ ଟଙ୍କାର ଯନ୍ତ୍ରପାତି ବୁକିଂ କରିଛନ୍ତି। ୧୨ଜଣ ଡାଏରୀ, ଗ୍ରାମ୍ୟ ‌ଗୋଦାମ ଘର, ଏଗ୍ରୋ ସର୍ଭିସ ସେଣ୍ଟର, କାଜୁ ପ୍ରସେସିଂ ୟୁନିଟ, ଛେଳି ଫାର୍ମ, ଏବଂ ବେକରୀ ତିଆରି କରିବେ।

publive-image Sambad

ଏହି ମେଳାରେ ଡାଲିମିଲ, ତେଲମିଲ, ଚୁନା କଳ, ମକା ମଞ୍ଜିଛଡ଼ା ଯନ୍ତ୍ର, କ୍ଷୁଦ୍ର ଧାନ କଳ, ରବର ରୋଲର ତଥା ପଲିସର, ଗାତ ଖୋଳା ଯନ୍ତ୍ର, ପାୱର ଟିଲର, ପିପି ଯନ୍ତ୍ର, ପମ୍ପସେଟ, ରୋଟାଭେଟର, ଘାସ କଟା ଯନ୍ତ୍ର, କ୍ରପ୍ ଥ୍ରେସର, କୋଡ଼ାଖୁସା ଯନ୍ତ୍ର, ମାଣ୍ଡିଆ ଅଲଗା କରିବା ଯନ୍ତ୍ର, ଧାନରୁଆ ମେସିନ ଆଦି ବି ବୁକିଂ କରିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ବରାଜ ରଥ। ବୁକିଂ ଯନ୍ତ୍ରପାତି ଗୁଡ଼ିକ ପର୍ଯ୍ୟାୟକ୍ରମେ ସବୁ ଚାଷୀ ଓ କୃଷି ଉପକରଣ , ଆଗ୍ରେସର୍ଭିସ କରିବାକୁ ଇଛୁକ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ପାଣ୍ଡି କହିଛନ୍ତି। ୫ଦିନ ଧରି ଅବିଭକ୍ତ କେରାପୁଟ ଜିଲ୍ଲାର ବିଭିନ୍ନ ନୃତ୍ୟ ଦଳ ଓ କଳାକାର ମାନଙ୍କ ଦ୍ବାରା ସବୁ ଦିନ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବାଳୁକା ଶିଳ୍ପୀଙ୍କ ଦ୍ବାରା ମନଛୁଆଁ ବାଳୁକା କଳା ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe