ସମ୍ବଲପୁର: ୯ ତାରିଖ ଯାଏଁ କ୍ଷେତରାଜପୁର ହୋଲସେଲ ବଜାର ସଟଡାଉନ୍‌, ଦିନକୁ କୋଟିଏ ଟଙ୍କାର ବ୍ୟବସାୟ ପ୍ରଭାବିତ ଆଶଙ୍କା

Advertisment
ଅଗଷ୍ଟ ୧୫ ଓ ନୂଆଖାଇରେ ସଟ୍‌ଡାଉନ୍‌ ରହିବନି ସମ୍ବଲପୁର ଜିଲ୍ଲା

ସମ୍ବଲପୁର: କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଗତକାଲି ଠାରୁ ୯ ତାରିଖ ପର୍ଯ୍ୟନ୍ତ କ୍ଷେତରାଜପୁର ହୋଲସେଲ ବଜାରକୁ ସଟଡାଉନ ଘୋଷଣା କରାଯାଇଛି। ଏହି ବଜାରର ଚତୁପାର୍ଶ୍ଵରେ ଥିବା ଷ୍ଟେସନପଡ଼ା, ବଡ଼ବଜାର ଏବଂ କ୍ଷେତରାଜପୁରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ନିଜ ତରଫରୁ ବଜାର ବନ୍ଦ କରିଥିବା କହିଛନ୍ତି ସଂଘର ସୁନୀଲ ମିତ୍ତଲ। ଏଥିସହିତ ଗୋଟିଏ ଦିନ ଅନ୍ତରାଳରେ ବଜାରକୁ ସାନିଟାଇଜେସନ କରିବା ପାଇଁ ମଧ୍ୟ ଦାବି ହୋଇଛି।

କ୍ଷେତରାଜପୁର ବଜାର ପଶ୍ଚିମ ଓଡ଼ିଶାର ପ୍ରମୁଖ ହୋଲସେଲ ବଜାର। ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏଠାରେ ସମୁଦାୟ ୬୦ରୁ ୭୦ଟି ଦୋକାନ ରହିଛି। ଦୈନିକ ହାରାହାରି ୧ରୁ ଦେଢ କୋଟି ଟଙ୍କା ମଧ୍ୟରେ କାରବାର ହୋଇଥାଏ। ଏଥିପାଇଁ ରାୟପୁର, ନାସିକ ସମେତ ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ଅନୁଗୁଳ ସହିତ ଏହି ବଜାରର କାରବାର ଚାଲିଥାଏ। ନାସିକରୁ ଆଳୁ ଏବଂ ପିଆଜ ଆସି ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ଯାଇଥାଏ। ଏଥିସହିତ ଡାଲି, ତେଲ, ମସଲାର କାରବାର ହୁଏ। ଏଥିଯୋଗୁଁ ପ୍ରତିଦିନ ବଡ଼ ଠାରୁ ଛୋଟ ଗାଡ଼ି ଯାତାୟାତ ସହିତ ଭାରି ଭିଡ଼ ଲାଗି ରହିଥାଏ।

publive-image

ସୂଚନାଯୋଗ୍ୟ, ସମ୍ବଲପୁରରେ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କ୍ଷେତରାଜପୁର ଅଂଚଳରେ ମଧ୍ୟ କରୋନା ଭାଇରସ ଦିନିକୁ ଦିନ ଅଧିକ କାୟା ମେଳାଉଛି। ଏଭଳି ସ୍ଥିତିରେ ଚତୁପାର୍ଶ୍ଵରେ ହେଉଥିବା କୋଭିଡ ସଂକ୍ରମଣ ଏହି ବଜାରକୁ ମାଡି ଆସିଲେ ପରିସ୍ଥିତି ଅଣାୟତ୍ତର ହେବାର ଆଶଙ୍କା ରହିଛି। ତେଣୁ ବ୍ୟବସାୟୀ ସଂଘ କ୍ଷେତରାଜପୁର ହୋଲସେଲ ବଜାରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe