ସିଡବ୍ଲୁସି ହେପାଜତରେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

Advertisment
ସିଡବ୍ଲୁସି ହେପାଜତରେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ତେବେ ସୁସ୍ଥ ହୋଇ ସେ ପରିବାର ସହ ରହିବେ ବା ସରକାରୀ ହେପାଜତରେ ରହିବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସୋମବାର ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ୩ ଦିନ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ପୀଡ଼ିତାଙ୍କୁ ଜିଲ୍ଲା ଚାଇଲ୍‌ଡ େଓ୍ଵଲ୍‌ଫେୟାର୍‌ କମିଟି(ସିଡବ୍ଲୁସି)ର ୫ ଦଳିଆ ପ୍ରଦିନଧି ଦଳ ପୀଡ଼ିତାଙ୍କୁ ନିଜ ସହ କୋରାପୁଟ ନେଇ ଯାଇଛନ୍ତି।

publive-image

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ହେପାଜତକୁ ନେଇଥିବା ସିଡବ୍ଲୁସି ଅଧ୍ୟକ୍ଷ ଉମାଚରଣ ଚୌଧୁରୀ କହିଛନ୍ତି ଯେ ପୀଡ଼ିତା କେଉଁଠି ରହିବେ ତାହା ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ହେବ। ଏଠାରେ ଉଲ୍ଲେଖଯୋଗ୍ୟ କି ଗତ ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦଲି ଗ୍ରାମର ଏହି ପୀଡ଼ିତାଙ୍କୁ ବିଏସ୍‌ଏଫ୍‌ ପୋଷାକ ପରିହିତ ୪ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe