କୁସୁମଙ୍କ ଅଫିସ ଅଫ୍ ପ୍ରଫିଟ ମାମଲା: ମିଥ୍ୟା ସତ୍ୟପାଠ ଅଭିଯୋଗ ଉଠାଇଲେ ଯୋଗେଶ

କୁସୁମଙ୍କ ଅଫିସ ଅଫ୍ ପ୍ରଫିଟ ମାମଲା: ମିଥ୍ୟା ସତ୍ୟପାଠ ଅଭିଯୋଗ ଉଠାଇଲେ ଯୋଗେଶ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଵିଧାୟିକା କୁସୁମ ଟେଟେଙ୍କ ନାମରେ ଅଫିସ ଅଫ ପ୍ରଫିଟ ଅଭିଯୋଗ ଓ ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଦାଖଲ ପରେ ଜିଲ୍ଲା ରାଜନୀତି ସରଗରମ ହୋଇଉଠିଛି।

ଆଜି ପୂର୍ବତନ ଵିଧାୟକ ଯୋଗେଶ ସିଂ ବିଧାୟିକାଙ୍କ ବିରୋଧର ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣି ତୁରନ୍ତ ତାଙ୍କ ନାମାଙ୍କନପତ୍ରକୁ ଅଵୈଧ ଘୋଷଣା କରି ପଦରୁ ହଟାଇବାକୁ ଦାବି କରିଛନ୍ତି। ଏହି ଅଵସରରେ ଯୋଗେଶ ଆଜି ଜିଲ୍ଲାପାଳଙ୍କ ଜରିଆରେ  ନିର୍ଵାଚନ କମିଶନଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

କୁସୁମ ଟେଟେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଥାଇ ୨୦୧୯ ଵିଧାନସଭା ନିର୍ବାଚନ ଲଢି ଵିଜୟୀ ହୋଇଥିବାରୁ ଏହା ଅଫିସ ଅଫ ପ୍ରଫିଟ ନିୟମର ଉଲ୍ଲଂଘନ ଵୋଲି ରାଜ୍ୟପାଳଙ୍କ ଠାରେ ଅଭିଯୋଗ ହୋଇଥିଲା। ତେଵେ ନାମାଙ୍କନ ପତ୍ର ଦାଖଲ ସମୟରେ କୁସୁମ ଅଧ୍ୟକ୍ଷ ପଦ ସମ୍ପର୍କରେ ଉଲ୍ଲେଖ ନ କରି ଏକ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଯୋଗେଶ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe