ମୃତ କୁଟୁରା ଛୁଆ ଉଦ୍ଧାର କଲା ବନ ବିଭାଗ, ବ୍ୟବଚ୍ଛେଦ ପରେ ପୋତି ଦିଆଗଲା

Advertisment
ମୃତ କୁଟୁରା ଛୁଆ ଉଦ୍ଧାର କଲା ବନ ବିଭାଗ, ବ୍ୟବଚ୍ଛେଦ ପରେ ପୋତି ଦିଆଗଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ହାତୀଲ ମୁଣ୍ଡା ଜଙ୍ଗଲରୁ ଏକ କୁଟରା ବହଳପଦର୍ ଗ୍ରାମ ନିକଟକୁ କୌଣସି କାରଣ ବଶତଃ ଆସିଯାଇଥିଲା। ଉଦ୍ଧାର ସମୟରେ ସେ ମୃତ୍ୟୁବରଣ କରିଥିଲା। ପରେ ଏହାକୁ  ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣି ସୁବଳୟା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ.ସ୍ବାଗତିକା ମିଶ୍ର, ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବରିହା, ବନପାଳକ ଅଜୟ କୁମାର ବାରା, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପୋତି ଦିଆ ଯାଇଛି।

ମୃତ କୁଟରାର ବୟସ ପ୍ରାୟ ୨ବର୍ଷ ଏବଂ ଲମ୍ବ ୩୭ଇଞ୍ଚ୍ ଥିଲା ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବରିହାଙ୍କ କହିବା ଅନୁସାରେ କୁଟୁରା ଛୁଆଟି ତାଙ୍କ ଗୋଷ୍ଠୀ ସହିତ ଖାଦ୍ୟ ଓ ପାଣି ପିଇବା ପାଇଁ ଆସିଥାଇପାରେ। କୈଣସି କାରଣରୁ ଗୋଷ୍ଠୀ ଛଡ଼। ହେବା ପରେ ବହୁତ ଦୌଡିବା ଯୋଗୁ ତାର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ କୁଟୁରା ଛୁଆ ଦେହରେ କୈଣସି କ୍ଷତ ଚିହ୍ନ ନାହିଁ। ବୀରମହାରାଜପୁର ବନାଞ୍ଚଳ କେସ ନମ୍ବର ୧ / ୨୦୨୨/୨୩ରେ ବୀରମହାରାଜପୁରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe