ସୁବର୍ଣ୍ଣପୁର: ଟ୍ୟାଙ୍କରକୁ ପଛପଟୁ ପିଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ କେଭି ସିଂହଦେଓ-ସଂଗୀତା

Advertisment
ସୁବର୍ଣ୍ଣପୁର: ଟ୍ୟାଙ୍କରକୁ ପଛପଟୁ ପିଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ କେଭି ସିଂହଦେଓ-ସଂଗୀତା

ଖାରୀ (ସୁବର୍ଣ୍ଣପୁର): ଟ୍ୟାଙ୍କରକୁ ପଛପଟରୁ କାର ଧକ୍କା ଦେଇଛି। ସୂଚନା ଅନୁସାରେ ସୋନପୁର ଥାନା ଅନ୍ତର୍ଗତ ହରଡଖୋଳ ଫାଣ୍ଡିର ଖମ୍ବେଶ୍ୱରୀପାଲି ଠାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିହଦେଓଙ୍କ ଗାଡ଼ି ଚାଳକ ପଛପଟରୁ ଧକ୍କା ଦେଇଛି। ମାତ୍ର ଭାଗ୍ୟବଶତଃ କେଭି ସିଂହଦେଓ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱରରୁ ପାଟଣାଗଡ଼ ଯାଉଥିବା ବେଳେ କେଭି ସିଂହଦେଓଙ୍କ ସାଥୀରେ ତାଙ୍କର ଧର୍ମପତ୍ନୀ ତଥା ବଲାଙ୍ଗୀର ଲୋକସଭାରୁ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ।

publive-image

ଦୁର୍ଘଟଣା ପରେ ସୂଚନା ପାଇ ହରଡ଼ଖୋଳ ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଂଚିଛି। କେଭିଙ୍କର କାର ସମ୍ମୁଖ କ୍ଷତିଗ୍ରସ୍ତ ହୋଇଛି। ପରେ କେଭି-ସଂଗିତା ସୋନପୁରରୁ ଏକ କାର ମଗାଇ ବଲାଙ୍ଗୀର ଅଭିମୁଖେ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe