ଧାନ ବସ୍ତା ପଡ଼ି ଶ୍ରମିକ ମୃତ 

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଦେବଗଡ଼: ଦେବଗଡ଼ ଜିଲ୍ଲା ବଣିଆଁକିଲିଣ୍ଡା ଗ୍ରାମରେ ଥିବା ମା’ ମହାଲକ୍ଷ୍ମୀ ରାଇସ୍‌ ମିଲ୍‌ରେ ମଙ୍ଗଳବାର ଧାନ ବସ୍ତା ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଗଞ୍ଜାମ ଜିଲ୍ଲାର ଟୁଲୁ ସାହୁ (୨୫) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସରେ ଟୁଲୁ ରାଇସ୍‌ ମିଲ୍‌ରେ ଜଣେ ଠିକାଦାରଙ୍କ ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ସନ୍ଧ୍ୟାରେ ମିଲ୍‌ରେ ଧାନ ବସ୍ତା ରଖୁଥିବା ବେଳେ ଅସାବଧାନତା ବଶତଃ ତାହା ତାଙ୍କ ଉପରେ ଖସି ପଡ଼ିଥିଲା। ଗୁରୁତର ଅବସ୍ଥାରେ ଟୁଲୁଙ୍କୁ ରାଇସ ମିଲ୍‌ କର୍ମଚାରୀମାନେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ସହିତ ଧାନ ବସ୍ତା ଖସିବା ଯୋଗୁଁ କିଛି ଶ୍ରମିକ ଆହାତ ମଧ୍ୟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe