୫୦ଫୁଟ୍ ଉଚ୍ଚ ବ୍ରିଜ୍‌ରୁ ଖସି ଶ୍ରମିକ ମୃତ

Advertisment
୫୦ଫୁଟ୍ ଉଚ୍ଚ ବ୍ରିଜ୍‌ରୁ ଖସି ଶ୍ରମିକ ମୃତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଗାଁ ନିକଟରେ ଆଜି ମଧ୍ୟାହ୍ନରେ ତାଳଚେର-ବିମଳାଗଡ଼ ନୂଆ ରେଳପଥର ବ୍ରିଜ୍ କାମ ଚାଲୁଥିବା ବେଳେ ୫୦ଫୁଟ୍ ଉପରୁ ଖସି ପଡ଼ି  ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ଭୋଳେଶ୍ବର ଭୁକ୍ତା(୪୨) ଓ ଘର ସମଲ ଥାନା ଡଙ୍ଗରବେଡ଼ା ଗାଁରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ ଭୋଳେଶ୍ବର ନନ୍ଦ କନଷ୍ଟ୍ରକ୍‌ସନ୍ ଅଧୀନରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ବ୍ରିଜ୍ ଉପରେ ରହି କାମ କରୁଥିବା ବେଳେ କୌଣସି କାରଣରୁ ହଠାତ୍ ତଳେ ଖସି ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମଣ୍ଡାପାଳ ଡାକ୍ତରଖାନାକୁ ନିଆଯାଉଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ପରିବାର ଲୋକେ ସମଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe