ସେଣ୍ଟରିଂ ବେଳେ ଖସି ପଡ଼ି ଶ୍ରମିକଙ୍କ ମୃତ୍ୟୁ

Advertisment
ଧାନ ଅମଳ ମେସିନ ତଳେ ଚାପି ହୋଇ ଚାଲିଗଲା ଦୁଇ ମହିଳାଙ୍କ ଜୀବନ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଲେସିଂ ଗ୍ରାମରେ ଏକ ନିର୍ମାଣାଧୀନ କୋଠା ଉପରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ପୁଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପୋଷ୍ଟମର୍ଟମ ପାଇଁ ଶବକୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଥିବା ଜଣାଯାଇଛି। ମୃତକ ହେଲେ ନିକଟସ୍ଥ ଶୁକପାଲି ଗ୍ରାମର ଅନୀଲ ଥାଟି(୩୦)।

ସୂଚନା ଅନୁସାରେ ସାଲେସିଂ ଗ୍ରାମର ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ କୋଠାର ଶନିବାର ଛାତ ପଡ଼ିବାର ଥିଲା। ଏଥିପାଇଁ ଶୁକ୍ରବାର ସେଣ୍ଟରିଂ ଶେଷ ହୋଇଥିଲା। ରାତିରେ କାମ ଶେଷ ହୋଇଥିବା ବେଳେ ଅସାବଧାନତା ଯୋଗୁଁ ଜଣେ ଶ୍ରମିକ ଖସି ପଡ଼ିଥିଲେ। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe