ଭାଲୁ ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ

ଭାଲୁ ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ

ନବରଙ୍ଗପୁର: ଶୌଚ ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଶ୍ରମିକଙ୍କର ମୃତ୍ୟୁ | ନବରଙ୍ଗପୁର ବ୍ଲକ ଭତ୍ରା ଗ୍ରାମ ନିକଟରେ ଆଜି ସକାଳୁ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଭାରତମାଳା ପରିଯୋଜନାରେ ୬ ଲେନ ରାସ୍ତା କାମରେ ନିୟୋଜିତ ଥିବା ଜଣେ ଶ୍ରମିକଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି | ମୃତ ବ୍ୟକ୍ତି ହେଲେ ବ୍ରିଜେଶ କୁମାର ଦ୍ବି୍ବେଦି | ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହୋଇଥିବାବେଳେ ସେ ମଧ୍ୟପ୍ରଦେଶର ବାସିନ୍ଦା | ଆଜି ସକାଳ ପ୍ରାୟ ୭ଟାରେ ବ୍ରିଜେଶ ଶୌଚ ପାଇଁ ଯାଇଥିଲା ବେଳେ ଏହା ଘଟିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe