ଦାଦନ ଦୁଃଖ: ଭଦ୍ରାଚଳମରେ କାର ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଦୁଃଖ: ଭଦ୍ରାଚଳମରେ କାର ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ ଚିକିଲି ଗ୍ରାମର ବଳି ଜାନୀ(୫୫)ଙ୍କ ଗତକାଲି ସନ୍ଧ୍ୟାରେ ଭଦ୍ରାଚଳମର ମିଳିଆଲଗୁଡା ଗ୍ରାମ ନିକଟରେ କାର ଦୁର୍ଘଟଣା ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ମୃତ ବଳି ଜାନୀଙ୍କ ସମ୍ପର୍କୀୟ ଭାଇ ଡମ୍ବରୁଧର ଜାନୀ କହିବା ପ୍ରକାରେ ଗତ ୨୦ ଦିନ ତଳେ ବଳି ଚିକିଲି ଗ୍ରାମର ସାଦେଵ ଜାନୀ ଓ ପାକୁଲୁ ଜାନୀ ସହ ଭଦ୍ରାଚଳମର ମିଳିଆଲଗୁଡା ଗ୍ରାମରେ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ।ତେବେ ଗତକାଲି ସନ୍ଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ଦାଦନମାନେ ରହୁଥିବା ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମିଳିଆଲଗୁଡା ଗ୍ରାମ ନିକଟରେ କାର ଦୁର୍ଘଟଣାରେ ବଳି ଜାନୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି। ଦୁର୍ଘଟଣା ପରେ କାର ଚାଳକ ନିକଟସ୍ଥ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତ୍ର ୮ ଘଂଟା ସମୟରେ ବଳିର ମୃତ୍ୟୁ ହୋଇଥିବା ଖବର ସାଥିରେ ଯାଇଥିବା ସାଦେଵ ଆଜି ସକାଳୁ ଡମ୍ବରୁଧରଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଖବର ପାଇ ପରିବାର ଲୋକ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି।

ଖବର ପାଇ ଆଜି ସକାଳୁ ମୃତ ବଳିର ସମ୍ପର୍କୀୟମାନେ ସାଦେଵ ଓ ଇଟା ମାଲିକ ସହ ଯୋଗାଯୋଗ କରିଥିଲେ। ଇଟାମାଲିକ ଡମ୍ବରୁଧରଙ୍କ ଆକାଉଣ୍ଟରେ ୨୦ ହଜାର ଟଙ୍କା ପଠାଇବା ପରେ ଭାଇ ଡମ୍ବରୁଧର ଜାନୀ, ଫୁଲଧର ଜାନୀ,ମୋନଧର ଜାନୀ ପ୍ରମୁଖ ଭଦ୍ରାଚଳମ ନିଜ ମାଟିରେ ଶବ ଆଣିବା ପାଇଁ ଯାଇଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଯେ ଗତ ବର୍ଷ ବଳି ଜାନୀଙ୍କ ସ୍ତ୍ରୀ କୌଣସି ଏକ ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିବା ବେଳେ କୌଣସି ସନ୍ତାନ ନାହାନ୍ତି। ସମ୍ପର୍କୀୟ ଭାଇମାନେ ଚିକିଲି ଗ୍ରାମରେ ରହୁଛନ୍ତି। ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe