କୁଚିଣ୍ଡା: କୁଇଲେର ଯୋର ରାସ୍ତାକାମ ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଆଜି ଅପରାହ୍ଣରେ ଜାତୀୟ ରାଜପଥ ୪୯ କୁଇଲେରଯୋରଠାରେ ଘଟିଛି। ଏନଏଚ୍ଏଆଇ କାମ ଚାଲୁଥିବା ସମୟରେ ଜଣେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଜଣେ ଶ୍ରମିକଙ୍କୁ ଧକ୍କା ଦେଇଥିଲେ। ମୃତ ଶ୍ରମିକ ହେଲେ କୁଇଲେରଯୋର ଗ୍ରାମର ଚୈତନ୍ୟ କିସାନ (୪୦)। ଖବରପାଇ ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ୍ ଜବତ କରିଛି। ଏହା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବାଇକ୍ ଆରୋହୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ଶ୍ରମିକ ମୃତ
Advertisment
Follow Us