ଝାରସୁଗୁଡ଼ା: ଝାରସୁଗୁଡ଼ା ବେଦାନ୍ତ କାରଖାନାରେ କାର୍ଯ୍ୟ କରୁଥିବା ସାମଲ କଷ୍ଟ୍ରକ୍ସନ୍ ନାମକ ଏକ ସଂସ୍ଥାର ୧୦ ଶ୍ରମିକ ଆଜି ଝାରସୁଗୁଡ଼ାରୁ ଝାଡ଼ଖଣ୍ଡ ଚାଲି କରି ଯାଉଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ ସୀମା ଭଷ୍ମା ଠାରେ ଲୋକେ ଅଟକାଇ ପୁଲିସକୁ ଜଣାଇଥିଲେ। ଖବର ପାଇ ଝାରସୁଗୁଡ଼ା ଉପଜିଲ୍ଲାପାଳ, ତହସିଲଦାର ଭଷ୍ମାକୁ ଯାଇ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରି ବଡ଼ମାଲ ଥାନାକୁ ଆଣିଥିଲେ। ଦୀର୍ଘ ଦିନ ହେଲା ସଂପୃକ୍ତ କଷ୍ଟ୍ରକ୍ସନ୍ କମ୍ପାନି କାମ ବନ୍ଦ କରି ଦେଇଥିବା ବେଳେ ଏହି ଶ୍ରମିକ ମାନେ ବସି ରହିଥିଲେ। ଆଜି ଠାରୁ ପୁଣି ଲକ୍ଡାଉନ୍ ଆରମ୍ଭ ହେବାରୁ ସେମାନ ନିଜ ଘରକୁ ଚାଲି ଚାଲି ପଳାଇବାକୁ ଆଜି ସକାଳେ ବାହାରିଥିଲେ। ଏମାନଙ୍କ ମଧ୍ୟରେ ୪ ଜଣ ଡ୍ରାଇଭର ମଧ୍ୟ ଥିବା ଜଣାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us