ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘେରିଲେ ଶ୍ରମିକ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘେରିଲେ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ଆବାହକ ଯଦୁମଣି ପାଣଗ୍ରାହୀଙ୍କ ନେତୃତ୍ୱରେ ବୁଧବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲାଙ୍କୁ ଶ୍ରମିକମାନେ ଘେରାଉ କରିଥିଲେ। ଜିଲ୍ଲାର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ମଧ୍ୟ ମହାସଂଘ ପକ୍ଷରୁ ଯେତେ ଆନ୍ଦୋଳନ ଓ ଆଲୋଚନା କଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ।

ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲ୍ଲାରେ ଏହି ସହାୟତା ପ୍ରଦାନରେ ଅବହେଳା ଓ ବିଭାଗୀୟ ଆନ୍ତରିକତାର ଅଭାବ ନିର୍ମାଣ ଶ୍ରମିକ ମହଲରେ ଘୋର୍ ନୈରାଶ୍ୟ ସୃଷ୍ଟି କରୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଥିଲେ। ଦାବି ପୂରଣ ନ ହେଲେ ଜାନୁଆରି ଶେଷ ସପ୍ତାହରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଆବାହକ ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଥିଲେ। ଏହି ସମୟରେ କେଶବ ବେହେରା, ଶୁକ୍ଳାମ୍ବର ନିଆଲ, ପ୍ରଦୀପ ଦଣ୍ଡସେନା, ଅନିରୁଦ୍ଧ ନାଗ, ଶୁକଦେବ ସାହୁ, ଜ୍ଞାନରଞ୍ଜନ ସାହୁ, ଭକ୍ତବନ୍ଧୁ ଧରୁଆ ଶ୍ରୀନିବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe