ସରକାରୀ ପ୍ରୋତ୍ସାହନ ଅଭାବ: ଲୁଗାବୁଣା ଛାଡି ଦାଦନ ଯାଉଛନ୍ତି ତନ୍ତୀ ପରିବାର

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ଖପରାଡିହି ଗ୍ରାମର ତନ୍ତୀ ପରିବାର ସରକାରୀ ସହାୟତା ଏବଂ ଜୀବିକା ମିଶିନ ଦୂରଦୃଷ୍ଟି ଅଭାବରୁ ନିଜର କୌଳିକପେଶା ଲୁଗାବୁଣା ଛାଡି ଦାଦନ ଯାଉଛନ୍ତି...

Lack of government incentives for Tanti family

Lack of government incentives for Tanti family Photograph: (sambad.in)

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ  ଖପରାଡିହି ଗ୍ରାମର ତନ୍ତୀ ପରିବାର  ସରକାରୀ ସହାୟତା  ଏବଂ ଜୀବିକା ମିଶିନ ଦୂରଦୃଷ୍ଟି  ଅଭାବରୁ ନିଜର କୌଳିକପେଶା ଲୁଗାବୁଣା ଛାଡି ଦାଦନ ଯାଉଛନ୍ତି।  

ଏହାଛଡା  ତନ୍ତୀ ପରିବାରର ୧୦ ଜଣ ମହିଳା ମହାଲକ୍ଷ୍ମୀ ନାମକ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିବା ସହ  ସେମାନେ ସିଲେଇ କାମ କରି ସ୍ୱାବଲମ୍ବୀ ହୋଇ ଥିଲେ ମଧ୍ୟ ମିଶନ ଶକ୍ତି ଏବଂ ଜୀବିକା ମିଶନର ଏଥିପ୍ରତି କୌଣସି ନିଘା ନାହିଁ ବୋଲି ସଂଘର ସଭାନେତ୍ରୀ ପାନ ମେହେର ପ୍ରକାଶ କରିଛନ୍ତି।

ଯଦି ସେମାନଙ୍କୁ ମିଶନ ଶକ୍ତି ଏବଂ ଜୀବିକା ମିଶନ ତରଫରୁ ତାଲିମ୍ ଏବଂ ସରକାରୀ ସହାୟତା ପ୍ରଦାନ କରାଯାଏ ତେବେ, ସେମାନେ ନିଜର କୌଳିକ ପେଶା ଲୁଗାବୁଣାକୁ ପୁଣି ଥରେ ଆରମ୍ଭ କରିବେ ବୋଲି ପ୍ରକାଶ କରିଛନ୍ତି।  ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି।

 ସୂଚନା ମୁତାବକ ଗମ୍ଭାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ଖପରାଡିହି ଗ୍ରାମରେ ୬୦ ରୁ ୮୦ ଦଶକ ପର୍ଯ୍ୟନ୍ତ  ଗ୍ରାମରେ ରହିଥିବା ୩୦ ରୁ ୪୦ ତନ୍ତୀ ପରିବାର ଲୁଗାବୁଣି  ନିଜର ଗୁଜୁରାଣ ମେଣ୍ଟାଇବା ସହ  ବିଶେଷ ଲୋକପ୍ରିୟତା ହାସଲ କରି ଥିବା ନେଇ ବରିଷ୍ଠ ନାଗରିକ ତଥା ବରିଷ୍ଠ ମହିଳା ବୁଣାକାର ପଦ୍ମା ମେହେର ପ୍ରକାଶ କରିଛନ୍ତି।

ସେ ସମୟରେ ତାଙ୍କ ସ୍ୱାମୀ ଚୈତନ୍ୟ ମେହେର ଲୁଗାବୁଣା କାର୍ଯ୍ୟ କରୁଥିବା ବେଳେ ସେ ସୂତା କାମ ଏବଂ ରଙ୍ଗ ଦେବାରେ ସହାୟତା କରୁ ଥିଲେ।  ଲୁଗା ବୁଣିବା ପାଇଁ ଏକ କାଠ ଯନ୍ତ୍ର (ଡଙ୍ଗି) ଏବଂ ସୁତା ସଜାଇବା ପାଇଁ ଯନ୍ତ୍ର (ବବିନ )ର ଦରକାର ପଡୁ ଥିଲା। ସେ ସମୟରେ ସେଠାରେ  ସୂତା ମିଳୁ ନ ଥିବାରୁ ପଡୋଶୀ ଛାତିଶଗଡ଼ ରାୟପୁର ଉପରେ ନିର୍ଭର କରିବାକୁ ପଡୁଥିଲା ବୋଲି ସେ ପ୍ରକାଶ କରିଛନ୍ତି।

କପଟା( ଶାଢ଼ୀ ) ୫ଟଙ୍କା  ରଙ୍ଗ ବେରଙ୍ଗ ଶାଢ଼ୀ (ମସୁରୀ ) ୭ ଟଙ୍କା ଭାଳୁଆ ଶାଢ଼ୀ ଉନ୍ନତ ଧାରଣର ୧୦ ଟଙ୍କା, ଗାମୁଛା ୫ ଟଙ୍କା ଏବଂ ଧୋତି ୧୦ଟଙ୍କାରେ ବିକ୍ରୀ ହେଉ ଥିବା ନେଇ ସେ  ପ୍ରକାଶ କରି ଛନ୍ତି।  ଏଥିରେ ସେମାନଙ୍କ ପରିବାର ବେଶ ହସଖୁସିରେ ଚଳୁଥିଲେ। ତାଙ୍କ ସ୍ୱାମୀ ସ୍ୱର୍ଗତ ଚୈତନ୍ୟ ମେହେରଙ୍କ ବ୍ୟତୀତ ସ୍ୱର୍ଗତ ଗୌର ମେହେର, ସ୍ୱର୍ଗତ ସୌରା ମେହେର କଇତନ ମେହେର  ଏକ ଭଲ ବୁଣା କାର ରହି  ଥିଲେ।  

ଆଧୁନିକ କାରିଗରି  କୌଶଳ ଅଭାବରେ ଲୋକଙ୍କ ଚାହିଦା କମିଯିବା ସହ  ସରକାରୀ ପ୍ରୋତ୍ସାହନ ଅଭାବ ରେ ବର୍ତ୍ତମାନର ଯୁବପିଢ଼ି ଏହି  ପେଶା ପ୍ରତି ମୁହଁ ଫେରାଇ  ନିଜର   ପେଟପାଟଣା ପାଇଁ  ଦାଦନ ଯାଉଛନ୍ତି।

ଅଧିକ ପଢ଼ନ୍ତୁ: ଜାନୁୟାରି ୩ରୁ ଭୁବନେଶ୍ୱରରୁ ୫ ସହରକୁ ବିମାନ ସେବା

ବୁଣାକାରଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହି ଥିଲେ ମଧ୍ୟ ଏମାନଙ୍କ ଉପରେ କାହାର ନଜର ନାହିଁ।  ଏ ସମ୍ପର୍କ ରେ ଜିଲ୍ଲା ମିଶନ ଶକ୍ତି ମହାସଂଘ ସଦସ୍ୟା( ଡିଏଲଏଫ ) କୌଶଲ୍ୟା ପାଣ୍ଡେ  ସେମାନଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ  ମିଶନ ଶକ୍ତି ମାଧ୍ୟମରେ ତାଲିମ୍ ପ୍ରଦାନ ସହ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ  ଜିଲ୍ଲା ମିଶନ ଶକ୍ତି ମହା ସଙ୍ଘ ବୈଠକ ରେ କଥା ଉପସ୍ଥାପନା କରିବା ସହ  ସେମାନେ ବୁଣାକାର  ପେଶାକୁ ଆପଣେଇ କିପରି ରୋଜଗାରକ୍ଷମ ହୋଇ ପାରିବେ  ସେ ବିଶେଷ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି।  

ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ତରୁଣୀ ମେହେର, ଶେଷଦେବ ମେହେର ଚଞ୍ଚଳା ମେହେର, ତିଳୋତ୍ତମା ମେହେର, ବିଏଲଏଫ ସମ୍ପାଦିକା   ପ୍ରତିମା ଦାସ ପ୍ରମୁଖ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଲୋକଙ୍କ ସମସ୍ୟାର ସମାଧାନ: ସରକାରଙ୍କର ଦାୟିତ୍ଵ ଏବଂ କର୍ତ୍ତବ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe