ବର୍ଷେ ହେଲା ମସ୍ତିଷ୍କ ସଂକ୍ରମଣରେ ପଡ଼ିଛନ୍ତି ନିର୍ବାକ ପ୍ରିୟଙ୍କା; ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ

Advertisment
ବର୍ଷେ ହେଲା ମସ୍ତିଷ୍କ ସଂକ୍ରମଣରେ ପଡ଼ିଛନ୍ତି ନିର୍ବାକ ପ୍ରିୟଙ୍କା; ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ

Sambad

ରଘୁନାଥପୁର: ମସ୍ତିସ୍କ ସ˚କ୍ରମଣ ରୋଗରେ ବର୍ଷେ ହେବ ଡାକ୍ତରଖାନା ଶଯ୍ୟାରେ ଛଟପଟ ହେଉଛନ୍ତି ପ୍ରିୟଙ୍କା ପଟ୍ଟନାୟକ। ପ୍ରଶାସନିକ ସେବାରେ ଚାକିରି କରି ଜନସାଧାରଣଙ୍କ ସେବା କରିବାର ସ୍ବପ୍ନ ଦେଖିଥିବା ୨୪ ବର୍ଷୀୟ ପ୍ରିୟଙ୍କା ଜୀବନ ସହ ସ˚ଘର୍ଷ କରୁଛନ୍ତି। କରୋନା ମହାମାରୀ ଭୟବହତା ସମୟରେ ତାଙ୍କ ରୋଗ ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ଚିକିତ୍ସାରୁ ବଞ୍ଚିତ ହେଲେ। ଆଜି ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ଷାଧିକ କାଳ ତାଙ୍କ ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି ଅର୍ଥ।
ଜଗତସି˚ହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁହାଳିପୁର ଗ୍ରାମରେ ପ୍ରିୟଙ୍କାଙ୍କ ଘର। ବାପା ମନୋଜ ପଟ୍ଟନାୟକ ଦିଲ୍ଲୀରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ପ୍ରିୟଙ୍କା ବାପାଙ୍କ ପାଖରେ ରହି ଆଇଏସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଗତବର୍ଷ ଫେବ୍ରୁଆରି  ମାସରେ ପ୍ରିୟଙ୍କାଙ୍କର ହଠାତ୍‌ ଦେହ ଖରାପ ହେଲା। ବାପା ମନୋଜ ଦିଲ୍ଲୀର ଏକ ହସ୍ପିଟାଲରେ ପ୍ରିୟଙ୍କାଙ୍କୁ ଭର୍ତ୍ତି କରାଇଥିଲେ। ମାର୍ଚ୍ଚ ମାସ ୫ ତାରିଖରେ ସେ ହଠାତ୍‌ ପଡ଼ିଯିବା ସହ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କବାପା ମା’ ଉଭୟ ଝିଅର ସ୍ବାସ୍ଥ୍ୟ ଗତ ସମସ୍ୟା ପାଇଁ ଚିନ୍ତିତ ଥିବା ବେଳେ କରୋନା ମହାମାରୀ ପାଇଁ ଝିଅକୁ ଚିକିତ୍ସା କରିବାରେ ବିଫଳ ହେଉଥିଲେ। କୌଣସି ହସ୍ପିଟାଲରେ ଝିଅର ଚିକିତ୍ସା କରାଇବା ଏକ ପ୍ରକାରର ଅସମ୍ଭବ ହୋଇ ପଡିଥିଲା। କରୋନା ମହାମାରୀ ସମୟ ଭିତରେ ୩ ମାସ ସମୟ ଅତିକ୍ରମ କରିସାରିଥିଲା। ଜ୍ବର, ଟାଇଫଏଡ୍‌ରେ ରୋଗରେ ପ୍ରିୟଙ୍କା ପୀଡ଼ିତ ହେବା ସହ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାକୁ ଲାଗିଲା।

publive-image Sambad

ଦିଲ୍ଲୀର ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ମାନା କରିଦେବାରୁ ଝିଅର ଚିକିତ୍ସା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନପାଇ ସପରିବାର ସେ ଓଡ଼ିଶା ଫେରିଆସିବାକୁ ସ୍ଥିର କଲେ। ଏକ ଗାଡି ଭଡ଼ା କରି ବାପା ମନୋଜ ପ୍ରିୟଙ୍କାଙ୍କୁ ଜୁଲାଇ ୭ ତାରିଖ ଦିନ ଦିଲ୍ଲୀରୁ ଓଡିଶା ନେଇଆସିଲେ। ଦୁଇଦିନ କ୍ବାରାଣ୍ଟିନ୍‌ରେ ରହିବା ପରେ ଝିଅର ଅବସ୍ଥା ବିଗିଡିଗଲା। ପ୍ରଥମେ ତାଙ୍କୁ ଜଗତ୍‌ସି˚ହପୁର ଓ ପରେ କଟକ ବଡ ଡାକ୍ତରଖାନାରୁ ଭୁବନେଶ୍ବର ଏମ୍‌ସ୍‌ରେ (ଜୁଲାଇ ୯ ତାରିଖରେ) ଭର୍ତ୍ତି କରାଯାଇଥିଲା। ଡାକ୍ତର ଏମ୍‌ଆର‌୍‌ଆଇ କଲାପରେ ଜାଣିବାକୁ ପାଇଲେ ଯେ ପ୍ରିୟଙ୍କାର ମୁଣ୍ତରେ ପାଣି ଜମିଛି। ପାଣି ଡ୍ରେନ୍‌ କଲାପରେ କିଛି ସୁଫଳ ମିଳିନଥିଲା। ପ୍ରିୟଙ୍କା ଏବେ ମସ୍ତିସ୍କ ସ˚କ୍ରମଣରେ ପୀଡ଼ିତ ଓ କୋମାରେ ମେଡିସିନ୍‌ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଦିର୍ଘଦିନ ବେଡ୍‌ରେ ପଡିରହିବା ଫଳରେ ତାଙ୍କର ଗୋଡ଼ହାତ ବଙ୍କା ହେବାକୁ ବସିଲାଣି। ଫିଜିଓଥେରାପି କରିବାକୁ ଦାକ୍ତର କହୁଥିବା ବେଳେ ପରିବାର ଲୋକଙ୍କ ପାଖରେ ଆବଶ୍ୟକ ଟଙ୍କା ନାହିଁ। ଡାକ୍ତର କହୁଛନ୍ତି ଲମ୍ବା ଚିକିତ୍ସା କରିବାକୁ ପଡ଼ିବ। ବାପା ମନୋଜ ଓ ମା ଜୟନ୍ତୀ ଅର୍ଥ ଯୋଗାଡ଼ କରି ନପାରି ହତାଶ ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇ ଦିଆଗଲେ ଅନ୍ତତଃ ପ୍ରିୟଙ୍କା ନୂଆ ଜବନ ପାଇ ପାରନ୍ତେ। ଗ୍ରାମବାସୀ ମଧ୍ୟ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe