ଚିକିତ୍ସାରେ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସାରେ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Sambad English

ବିଂଝାରପୁର: ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜନୈକ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଚଳାଇଛି। ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ସିଂହପୁର ଗ୍ରାମର ତ୍ରିପତି ବେଉରିଆଙ୍କ ପତ୍ନୀ ରଞ୍ଜିତା ଶୌଚାଳୟରେ ପଡ଼ି ଆହତ ହୋଇଥିଲେ।

ପରିବାର ଲୋକେ ତାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେତେବେଳେ ସେଠାରେ କାର୍ଯ୍ୟରତ ଜଣେ ଡାକ୍ତର ରଞ୍ଜିତାଙ୍କ ଛାତିକୁ ମାତ୍ରାଧିକ ପ୍ରହାର କରିବାରୁ ସେ ଚିତ୍କାର କରିଥିଲେ ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବାରୁ ସେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ କିଛି ସମ୍ପର୍କୀୟଙ୍କୁ ଡକାଇ ଗାଳିଗୁଲଜ କରାଇଥିବା ରଞ୍ଜିତାଙ୍କ ସ୍ୱାମୀ ତ୍ରିପତି ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ବିଂଝାରପୁର ଆଇଆଇସି ଶଙ୍କର୍ଷଣ ଦଳାଇଙ୍କୁ ପଚାରିବାରୁ ତଦନ୍ତ ଚାଲିଛି କୌଣସି ମାମଲା ରୁଜୁ ହୋଇନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe