ବିବାହିତା ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

Advertisment
ସର୍ପାଘାତରେ ନାବାଳିକା ମୃତ

ବୋରିଗୁମ୍ମା: ବୋରିଗୁମ୍ମା ସହରର ଦଳେଇ ସାହିରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ବିବାହିତା ମହିଳାଙ୍କ ନାମ ଶିବାନୀ ସାଆନ୍ତରା ବୟସ ୨୨ବର୍ଷ। ମୃତ ମହିଳାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ଭାଇ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ଦୁଇବର୍ଷ ତାଙ୍କ ଭଉଣୀ ଶିବାନୀ ସାଆନ୍ତରା ବୋରିଗୁମ୍ମା ଦଳେଇ ସାହି ନିବାସୀ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ବଡ଼ପୁଅ ଦୀପକ କୁମାର ପଣ୍ଡାଙ୍କୁ ବୈଦିକ ନୀତି ଅନୁସାରେ ବାହାଘର ହୋଇଥିଲା। ବର୍ତ୍ତମାନ ଶିବାନୀଙ୍କ ୧୦ ମାସର ଗୋଟିଏ ପୁତ୍ର ସନ୍ତାନ ଅଛି। ଝିଅ ଶିବାନୀକୁ ପରିବାର ଶାଶୁ ସୁଜାତା ପଣ୍ଡା, ଶଶୁର ସୂର୍ଯ୍ୟନାରାୟଣ ପଣ୍ଡା ଓ ଦିଅର ଆଲୋକ ପଣ୍ଡା ତିନି ଜଣ ମିଶି ମାନସିକ ଓ ଶାରାରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏଥିସହ ଝିଅକୁ ମଝିରେ ମଝିରେ ମାରପିଟ କରୁଥିବା ଝିଅର ଭାଇ ଚନ୍ଦନ ସାଆନ୍ତରା ଅଭିଯୋଗ କହିଛନ୍ତି। ମାନସିକ ଓ ଶାରାରିକ ନିର୍ଯ୍ୟାତନା ସହି ନପାରି ଶିବାନୀ ଆଜି ଆତ୍ମହତ୍ୟା କରିଛି ବୋଲି କହିଛନ୍ତି ଝିଅର ପରିବାର ଲୋକ।

ଆଜି ଝିଅର ଶଶୁର ଫୋନ କରି ତୁମ ଝିଅ ଆତ୍ମହତ୍ୟା କରିଛି, ତୁମେ ଜଲଦି ବୋରିଗୁମ୍ମା ଆସ ବୋଲି କହିଥିଲେ। ପରେ ଝିଅର ପରିବାର ଲୋକେ ବୋରିଗୁମ୍ମା ପହଞ୍ଚି ମେଡ଼ିକାଲ ଯାଇଥିଲେ। ଅନ୍ୟପଟେ ଶିବାନୀ ସାଆନ୍ତରା ଆତ୍ମହତ୍ୟା କରିବା ପରେ ପାଖ ପଡିଶା ଘର ଲୋକଙ୍କ ସହ ସ୍ୱାମୀ ଦୀପକ ପଣ୍ଡା ତୁରନ୍ତ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ। ଝିଅ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ଥାନା ଆଇଆଇସି ଖିରେଶ୍ୱର ସାହୁ ତାଙ୍କ ଟିମ ଧରି ଦଳେଇ ସାହି ସ୍ଥିତ ବାସଭବନକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ପରେ କୋରାପୁଟରୁ ସାଇଣ୍ଟିଫିକ ଟିମ ପହଞ୍ଚି ଆତ୍ମହତ୍ୟାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି। ସ୍ଥାନୀୟ ଅତିରିକ୍ତ ତହସିଲଦାର ସଞ୍ଜୀବ କୁଲୁଙ୍କ ଉପସ୍ଥିତରେ ମୃତ ଶିବାନୀର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା କେସ ନମ୍ବର -୧୩୬ /୨୦୨୨ ଦଫା ୪୯୮(ଏ), ୩୦୪(ବି), ୩୦୨ ରୁଜୁ କରାଯାଇଛି ବୋଲି ଥାନା ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe