ସର୍ପାଘାତରେ ମହିଳା ମୃତ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଉପରବେଡା ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମର କୁଞ୍ଚି ବିରୁଆ (୫୦) ଗତରାତ୍ରିରେ ଖାଇପିଇ ଘର ଚଟାଣିରେ ଶୋଇଥିଲେ। ରାତି ୧୦.୩୦ ଟା ବେଳକୁ ହଠାତ୍ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସେ ହଠାତ୍ ଉଠି ପଡ଼ି ଚିତ୍କାର କରିଥିଲେ। ଘର ଲୋକ ଉଠି ସାପକୁ ଖୋଜାଖୋଜି କରି ବିଳମ୍ବିତ ରାତିରେ ମାରି ଦେଇଥିଲେ।

ପରେ ରାତି ୩ଟା ବେଳକୁ ଅଟୋରେ ପରିବାର ଲୋକେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe