ଆତ୍ମନିର୍ଭରଶୀଳ ମହିଳା...ରୋଜଗାର ଦେଇଛି ଫିନାଇଲ୍‌

Advertisment
ଆତ୍ମନିର୍ଭରଶୀଳ ମହିଳା...ରୋଜଗାର ଦେଇଛି ଫିନାଇଲ୍‌

Sambad

ରାଜକନିକା: କରୋନା ମହାମାରୀ ସମୟରେ କାମଧନ୍ଦା ହରାଇ ଲୋକମାନେ ଘରେ ବସିରହୁଥିଲେ। ସେତିକିବେଳେ ୨୦୨୦ ମାର୍ଚ୍ଚ ମାସରେ ରାଜକନିକା ବ୍ଲକ୍‌ ଖଣ୍ଡେଇତା ଗାଁର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀର ଦଶ ଜଣ ମହିଳା ମିଶି ଫିନାଇଲ ପ୍ରସ୍ତୁତି କରିବା ଆରମ୍ଭ କରିଥିଲେ। ମହାମାରୀ ସମୟରେ ଫିନାଇଲ ପ୍ରସ୍ତୁତି କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇବା ଆରମ୍ଭ କରି ଦେଇଥିଲେ। ସେବେଠାରୁ ପଛକୁ ଫେରି ଚାହିଁ ନାହାନ୍ତି ଏମାନେ। ଏବେ ଏହି ମହିଳାମାନେ ଦିନକୁ ୪ ଘଣ୍ଟା ଲେଖାଏ ସମୟ ଦେଇ ଫିନାଇଲ ପ୍ରସ୍ତୁତି କରିବା ସହ ଧୂପକାଠି ପ୍ୟାକିଂ କରୁଛନ୍ତି। ପ୍ରସ୍ତୁତ ଫିନାଇଲ ଓ ଧୂପକାଠିକୁ ମହିଳାମ‌ାନେ ନିକଟସ୍ଥ କଣ୍ଟାପଡା, ଓଳାଭର, କଟଣା ଓ ଆୟତନ ବଜାରରେ ଦୋକାନୀମାନଙ୍କୁ ବିକ୍ରି କରୁଛନ୍ତି। ଏହି ସ୍ବାବଲମ୍ବୀ ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l

ସଭାପତି ଅନିତା ସାମଲ, ସମ୍ପାଦିକା ବିଳାସିନୀ ନାଥ, ମମତା ସ୍ୱାଇଁ, ରାମରାଣୀ ପାତ୍ର, ସୌଭାଗିନୀ ସାମଲ, ଶାନ୍ତିଲତା ସାମଲ, ରୁନିତା ସାମଲ, ରଶ୍ମିତା ମହାପାତ୍ର, ଜୟନ୍ତୀ ସାମଲ ଓ ରସିନା ସାମଲ ପ୍ରମୁଖ କହିଛନ୍ତି ଯେ, ସରକାର ସେମାନଙ୍କୁ ସାହାଯ୍ୟ ଯୋଗାଇଦେଲେ ସେମାନେ ଆହୁରି ଆଗକୁ ବଢ଼ି ପାରିବେ। ଏ ସମ୍ପର୍କରେ ମିସନ ଶକ୍ତିର ବ୍ଲକ ସଂଯୋଜକ ସୁଶାନ୍ତ ମଲିକ କହିଛନ୍ତି, ଯେ ପିଏମଜିପି ଯୋଜନାରେ ଗୋଷ୍ଠୀକୁ ଅନ୍ତର୍ଭୂକ୍ତ କରାଯାଇଛି। ଟଙ୍କା ମିଳିଲେ ମେସିନ ସାହାଯ୍ୟରେ ସେମାନେ ଫିନାଇଲ ପ୍ରସ୍ତୁତି କରି ଆଗକୁ ବଢ଼ିପାରିବେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe