ଆଜି ବିଶ୍ବ ମହିଳା ଦିବସ: ଅନନ୍ୟ ପ୍ରତିଭା ଅନି ଅପା

Advertisment
ଆଜି ବିଶ୍ବ ମହିଳା ଦିବସ: ଅନନ୍ୟ ପ୍ରତିଭା ଅନି ଅପା

ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ବିଲିପଡା ଗ୍ରାମର ଝିଅ ଅନ୍ନସ୍ମିତା ବେହୁରା ଓରଫ୍ ଅନି ଅପା । ପିଲାବେଳୁ ବେଶ୍ ମେଧାବୀ ଥିଲେ। ସମୟ କ୍ରମେ ପ୍ରକୃତିକୁ ଭଲପାଉଥିବା ଅନି ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ କଳାରେ ସ୍ନାତକ ପାସ୍‌ କରିବା ସହ ସଂସ୍କୃତରେ ରତ୍ନ କରିଥିଲେ। ସମାଜର ଅବହେଳିତ ଦୃଶ୍ୟ ଓ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଉଦ୍‌ବେଳନ। ଅବହେଳିତ ଶିଶୁମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିମନ୍ତେ ୧୯୯୪ରେ ସେ ସାରେଇକୂଳ ଗ୍ରାମରେ ପ୍ରତିଷ୍ଠା କଲେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର। ପ୍ରାୟ ୨୦୦ ଛାତ୍ରଛାତ୍ରୀ ଏବଂ ୧୪ ଜଣ ଅପା ଭାଇ ବିଶିଷ୍ଟ ଏହି ବିଦ୍ୟାଳୟରେ ଧର୍ମ, ସଂସ୍କୃତି, ସମାଜସେବା ସହ ଗୁଣାତ୍ମକ ଶିକ୍ଷାଦାନ କରାଯାଉଛି। ଯେଉଁ କାରଣରୁ ସେହି କ୍ଷୁଦ୍ର ଶିକ୍ଷାନୁଷ୍ଠାନ କେବଳ ନାଉଗାଁ ନୁହେଁ ସାରା ଜଗତସିଂହପୁର ଜିଲ୍ଲାରେ ସୁନାମ ଅର୍ଜନ କରିଛି ।

publive-image Sambad

ଏହି ବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିଛନ୍ତି। ୨୦୧୩ରେ ସେ ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ସହ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । ୫୩ ବର୍ଷ ବୟସରେ ସେ କେବେ ଥକି ପଡି ନାହାନ୍ତି। ସେ ଏକାଧାରରେ ଜଣେ ଆଦର୍ଶ ଆଚାର୍ଯ୍ୟା, ସୁଲେଖିକା ଏବଂ ସମାଜସେବିକା। ସାରା ଜିଲ୍ଲାରେ ଅନି ଅପା ମଣିଷ ତିଆରି କାରଖାନା ଭାବେ ସମସ୍ତଙ୍କ ଆଦର ମଣିଷ ହୋଇଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଅନି ଅପା କେବଳ ଜଣେ ବ୍ୟକ୍ତିତ୍ବ ନୁହଁନ୍ତି ନାରୀ ଜାତି ପାଇଁ ଏକ ସ୍ବତନ୍ତ୍ର ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe