ଲାଡଲି ମିଡିଆ ୨୦୨୦ ସମ୍ମାନ ପାଇଲେ ସାମ୍ବାଦିକ ବିଜୟ ଦ୍ୱିବେଦୀ 

Advertisment
ଲାଡଲି ମିଡିଆ ୨୦୨୦ ସମ୍ମାନ ପାଇଲେ ସାମ୍ବାଦିକ ବିଜୟ ଦ୍ୱିବେଦୀ 

ଭବାନୀପାଟଣା: କଳାହାଣ୍ଡି ଜିଳ୍ଲା ନିୟମଗିରୀର ଡଙ୍ଗରିଆ ଯୁବତୀମାନଙ୍କ ଉପରେ ରିପୋର୍ଟ ପାଇଁ ସାମ୍ବାଦିକ ବିଜୟ ଦ୍ୱିବେଦୀଙ୍କୁ ମୁମ୍ବାଇସ୍ଥିତ ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍‌ ଫାଷ୍ଟ, ୟୁନାଇଟେଟ୍‌ ନ୍ୟାସନ୍‌ ପପୁଲେସନ୍‌ ଫାଷ୍ଟ (ୟୁଏନ୍‌ଏଫ୍‌ପିଏଫ୍‌) ଗଭର୍ମେଣ୍ଟ ଅଫ୍‌ ନରୱେ ଏବଂ ଇଣ୍ଟର ନ୍ୟାସନାଲ ଆଡଭାଟାଇଜିଙ୍ଗ ଆସୋସିଏସନ୍‌ (ଆଇ.ଏ.ଏ.) ମିଳିତ ଆନୁକୂଲ୍ୟରେ ମୁମ୍ବାଇ ଠାରେ କୋଭିଡ୍‌-୧୯ ନୀୟମାବଳିକୁ ମାନି ଭର୍ଚୁଆଲ୍‌ ପ୍ଲାଟଫର୍ମ ଓ ହଷ୍ଟେଡ୍‌ ଅନ୍‌ଲାଇନ୍‌ ଜରିଆରେ ମର୍ଯ୍ୟାଦାଜନକ ୧୦ତମ ଲାଡଲିମିଡିଆ ଆଣ୍ଡ୍‌ ଆଡଭଟାଇଜିଙ୍ଗ ଆଓ୍ଵାର୍ଡ ଫର୍‌ ଜେଣ୍ଡର ସେନ୍‌ସସିଟିଭିଟି-୨୦୨୦ ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରେଖା ଶର୍ମା ଓ ସମ୍ମାନୀତ ଅତିଥି ଭାବେ ଗଭରମେଣ୍ଟ ଅଫ୍‌ ନରେଓ୍ଵର ୟୁନାଇଟେଟ୍‌ ନ୍ୟାସନ୍‌ ପପୁଲେସନ୍‌ ଫାଷ୍ଟ (ୟୁଏନ୍‌ଏଫ୍‌ପିଏଫ୍‌)ର ଭାରତରେ ପ୍ରତିନିଧି ଆର୍ଜେନ୍‌ଟିନା ମାଟାଭେଲ ପିକିନ୍‌ ଯୋଗଦେଇଥିବା ବେଳେ ପଣ୍ଡିତ ଅନୁରାଧା ପାଲ ଓ ସାଥିଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପପୁଲେସନ୍‌ ଫାଷ୍ଟର ନିର୍ଦ୍ଦେଶକ ଡ. ଏ.ଏଲ୍‌ ସାରଦା ଅଧ୍ୟକ୍ଷତା କରିଥିଲେ। ଶ୍ରୀ ଦ୍ୱିବେଦୀଙ୍କୁ ପୁରସ୍କାର ବାବଦରେ ସ୍ୱତନ୍ତ୍ର ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe