ଲକ୍ଷାଧିକ ଟଙ୍କା ନେଇ ଫେରାର ମହିଳା ଗିରଫ 

Advertisment
ଲକ୍ଷାଧିକ ଟଙ୍କା ନେଇ ଫେରାର ମହିଳା ଗିରଫ 

ନୟାଗଡ଼:  ନୂଆଗାଁ ବ୍ଲକ ମହିପୁର ଅଂଚଳରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିବା ମହିଳାଙ୍କୁ ନୂଆଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନା ମୁତାବକ, ବରଗଡ ଥାନା ଅନ୍ତର୍ଗତ ତୁରା ଭଣ୍ତାରିସାହି ଅଂଚଳର ଲକ୍ଷ୍ମଣ ବାରିକଙ୍କ ପତ୍ନୀ ଯଶୋବନ୍ତି ବାରିକ ଦୀର୍ଘ ୮ ବର୍ଷ ହେଲା ନୂଆଗାଁ ଥାନା ମହିପୁର ମନ୍ଦିରସାହି ଅଂଚଳରେ ନିଜର ଦୁଇ ପୁଅଙ୍କୁ ନେଇ ରହି ଆସୁଥିଲେ। ସେ ଚାଲାଖ କରି ମହିପୁର ଅଂଚଳର କିଛି ବ୍ୟକ୍ତି ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ପାଖାପାଖି ୮ ଲକ୍ଷ ଟଙ୍କା ଧାର କରଜ କରି ଗତ ଅଗଷ୍ଟ ମାସରେ ମହିପୁର ଛାଡି କେଉଁଆଡେ ଫେରାର ହୋଇଯାଇଥିଲେ।

ଯଶୋବନ୍ତି ଫେରାର ହୋଇଯିବା ପରେ ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ଗତ ଅଗଷ୍ଟ ମାସ ୩୧ ତାରିଖରେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଦଶପଲ୍ଲା ବ୍ଲକ ବାଣିଗୋଛା ଅଂଚଳରୁ ଏହି ମହିଳାଙ୍କୁ ଠାବ କରି ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe