ନୀଳଗିରି ଜଙ୍ଗଲରେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment
ନୀଳଗିରି ଜଙ୍ଗଲରେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Sambad

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା ନିକଟ ଏକ କାଜୁ ମିଲ ପଛପଟେ ଥିବା ନୀଳଗିରି ଜଙ୍ଗଲରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ଜଣାଯାଇଛି। ମୃତ ଯୁବତୀଙ୍କ ନାମ ସୁଭଦ୍ରା ଅମାନତ୍ୟ (୧୯)। ସୂଚନା ଅନୁଯାୟୀ, ଗତମାସ ୩୦ ତାରିଖ ଦିନ ସନ୍ଧ୍ୟାରେ ଚିଲିଗୁଡା ଗ୍ରାମର ସୁଭଦ୍ରା ଅମାନତ୍ୟ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ସୁଭଦ୍ରାର ପତ୍ତା ମିଳି ନଥିଲା। ଚିଲିଗୁଡା ଗ୍ରାମର କିଛି ମହିଳା ଆଜି ସକାଳେ ଜାଲେଣି କାଠ ସଂଗ୍ରହ କରିବାକୁ ନିକଟସ୍ଥ ନୀଳଗିରି ଜଙ୍ଗଲକୁ ଯାଇଥିଲେ। ସେଠାରେ ସୁଭଦ୍ରା ବ୍ୟବହାର କରୁଥିବା ମୋବାଇଲକୁ ଦେଖିଥିଲେ। ପରେ ନୀଳଗିରି ଜଙ୍ଗଲର ଲଟାବୁଦାରୁ ସୁଭଦ୍ରାର ଅର୍ଦ୍ଧ ଉଲଗ୍ନ ମୃତଦେହ ଦେଖିବାକୁ ମିଳିଥିଲା। ତୁରନ୍ତ ସୁଭଦ୍ରାର ସମ୍ପର୍କୀୟ ମାମୁଁ ଭୁବନ ଅମାନତ୍ୟ ବୋରିଗୁମ୍ମା ପୁଲିସକୁ ଖବର ଦେଇଥିଲେ।

ନୂତନ ଭାବେ ଯୋଗ ଦେଇଥିବା ଥାନା ଆଇଆଇସି ଖୁରେଶ୍ୱର ସାହୁ ଏକ ଟିମ ଧରି ଘଟଣାସ୍ଥଳକୁ ଯାଇଥିଲେ। ପରେ ଘଟଣାସ୍ଥଳରେ ଅନୁସନ୍ଧାନୀ କୁକୁର ଓ ଫରେନ୍ସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଏସ୍‌ଡ଼ିପିଓ ହରେକୃଷ୍ଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ସୁଭଦ୍ରା ମୃତଦେହ ପଡିଥିବା ସ୍ଥାନକୁ ଯାଇଥିଲେ। ଏସ୍‌ଡ଼ିପିଓ ଶ୍ରୀ ମାଝୀ କହିଛନ୍ତି ଯେ, ପୁଲିସର ପ୍ରାଥମିକ ତଦନ୍ତରୁ ସୁଭଦ୍ରା ଅମାନତ୍ୟକୁ କେହି ଦୁର୍ବୃତ୍ତ ହତ୍ୟା କରି ନୀଳଗିରି ଜଙ୍ଗଲରେ ଫୋପାଡ଼ି ଦେଇଥିବା ସୁଚନା ଦେଇଛନ୍ତି। ମୃତ ସୁଭଦ୍ରାର ମୁଣ୍ଡରେ ଆଘାତ ଲାଗିବା ସହ ମୁଣ୍ଡର ଚୁଟିକୁ ଦୁର୍ବୃତ୍ତ ପୋଡିଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ତଦନ୍ତ ପରେ ସ୍ୱଷ୍ଟ ହେବ ବୋଲି କହିଛନ୍ତି ଏସ୍‌ଡ଼ିପିଓ ଶ୍ରୀ ମାଝୀ।

publive-image Sambad

ମୃତ ଯୁବତୀଙ୍କ ପରିବାରର ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା କେସ ନମ୍ବର ୦୨ /୦୨.୦୧.୨୦୨୨ ଦଫା ୩୦୨, ୨୦୧ ରୁଜୁ କରାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ସୁଭଦ୍ରାର ବାପା ଧବୁଲୁ ଅମାନତ୍ୟ ଓ ମାଆ ଧନେଇ ଅମାନତ୍ୟ ଗତ ଏକମାସ ହେବ ଦାମାନଯୋଡିରେ ଏକ ଇଟା ଭାଟିରେ କାମ କରନ୍ତି। ଘରେ ଦୁଇ ଭଉଣୀ, ଗୋଟିଏ ଭାଇ ସହ ଆଈ ରହୁଛନ୍ତି। ସୁଭଦ୍ରା ନିକଟସ୍ଥ କାଜୁ ମିଲରେ କାମ କରୁଥିଲେ। ମୃତ ସୁଭଦ୍ରା ବ୍ୟବହାର କରୁଥିବା ମୋବାଇଲ ହତ୍ୟାକାରୀକୁ ଧରାଇବାରେ ସହାୟକ ହେବ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି। ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ହେଉ ବୋଲି କୋହଭରା କଣ୍ଠରେ କହିଛନ୍ତି ମୃତ ଯୁବତୀଙ୍କ ପିତା ଧବୁଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe