ପାରିବାରିକ କଳହରୁ ମହିଳା ଜୀବନ୍ତଦଗ୍ଧ: ବଞ୍ଚାଇବାକୁ ଉଦ୍ୟମ କରି ସ୍ବାମୀ ଗୁରୁତର

ପାରିବାରିକ କଳହରୁ ମହିଳା ଜୀବନ୍ତଦଗ୍ଧ: ବଞ୍ଚାଇବାକୁ ଉଦ୍ୟମ କରି ସ୍ବାମୀ ଗୁରୁତର

ପଟ୍ଟାମୁଣ୍ତାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ବାଲିକଣା ପଞ୍ଚାୟତର ବଢ଼େଇପଡ଼ା ଗ୍ରାମର ଜଣେ ୩୪ ବର୍ଷୀୟା ମହିଳା ଜୀବନ୍ତଦଗ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲିକଣା ପଞ୍ଚାୟତ ବଢ଼େଇପଡ଼ା ଗ୍ରାମର ଦାମୋଦର ବିଶ୍ବାଳଙ୍କ ପତ୍ନୀ ଗୀତା ବିଶ୍ବାଳ ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହରୁ ନିଜ ଉପରେ ପେଟ୍ରୋଲ ଢାଳି ହୋଇ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲେ। ଘଟଣାସ୍ଥଳରେ ସ୍ବାମୀ ଦାମୋଦର ପତ୍ନୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା‌ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗୀତା ସମ୍ପୂର୍ଣ୍ଣ ଭାବେ ପୋଡ଼ି ହୋଇଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏବଂ ଦାମୋଦର ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପଟ୍ଟାମୁଣ୍ତାଇ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe