ଦୁର୍ଘଟଣାରେ ବର୍ତ୍ତିଗଲେ ସ୍ବାମୀ ଓ ପୁଅ, ସ୍ତ୍ରୀ ମୃତ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଭଦ୍ରକ: ଭଦ୍ରକ ବାଇପାସ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କୋରକୋରା ଗାଁର ମୀନତି ବାରିକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମସ୍ତେ ବାଇପାସ ସ୍ଥିତ ଜଗନାଥ ମନ୍ଦିରକୁ ନିଜ ବାଇକ୍‌ (ଓଆର ୨୨ଏ ୪୨୬୪)ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନାଅନୁଯାୟୀ, ଭଦ୍ରକ ବାଇପାସ ଠାରେ ସଡ଼କ ଦୁର୍ଘଟଣାରେ ମୀନତି ବାରିକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ବାମୀ ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବାଇପାସ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ନିଜ ସମ୍ପର୍କୀୟଙ୍କ ଝିଅର ବିବାହ ପାଇଁ ଲଗ୍ନ ନିମନ୍ତେ ଉକ୍ତ ପରିବାର ଆସୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ (ଓଆର୦୪ - ଏନ ୦୫୯୩) ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମୀନତିଙ୍କ ମୃତ୍ୟୁ ଘଟିଥିଲା। ଟାଉନ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ମୃତ ମୀନତିଙ୍କ ଶବକୁ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe