Representative Image
କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କଲଦା ଗ୍ରାମର ଦୁଲଣା ଦେହୁରୀ। ସୂଚନା ଅନୁସାରେ, ଦୁଲଣା ଆଜି ଦ୍ବିପହର ସମୟରେ ନିଜ ଘର ଆଗରେ ଛେଳି ବାନ୍ଧୁଥିବା ସମୟରେ ଅକସ୍ମାତ ବଜ୍ରପାତ ହୋଇଥିଲା। ଫଳରେ ସେ ସେଠାରେ ଟଳି ପଡ଼ିଥିଲେ।
ଏହା ଦେଖି ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଲଣାଙ୍କ ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Follow Us