ପାଟଣାଗଡ଼: ବଲାଙ୍ଗୀରକୁ ଯାଇ ଫେରୁଥିବା ସମୟରେ ନିଜ ଗାଁ ନିକଟରେ ତଥା ଭଇଁଷା-ସରମୁହାଣ ମଧ୍ୟରେ ବାଇକରୁ ପଡି ସ୍ତ୍ରୀର ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ସୁନାମୁଦି ଗ୍ରାମର ଦେବବ୍ରତ ସାହୁ(୪) ଓ ତାଙ୍କ ସ୍ତ୍ରୀ ସଙ୍ଗୀତା ସାହୁ (୩୦) ନିଜ ବାଇକ (ଓଡି ୧୭ ଜେ ୪୭୭୦) ଯୋଗେ ନିଜ ଗ୍ରାମରୁ ବାହାରି ବଲାଙ୍ଗିର ଯାଇଥିଲେ। ସେଠାରେ କାମ ସାରି ପୁଣି ନିଜ ଗାଁ ଅଭିମୁଖେ ବାହାରିଥିଲେ। ଆସୁଥିବା ସମୟରେ ନିଜ ଗାଁ ନିକଟରେ ତଥା ବଲାଙ୍ଗିର-ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଭଇଁଷା-ସରମୁହାଣ ମଧ୍ୟରେ ଥିବା ସରମୁହାଣ ସେତୁ ନିକଟରେ ସଙ୍ଗୀତା ବାଇକରୁ ତଳେ ପଡି ଯାଇଥିଲେ। ଫଳରେ ସଙ୍ଗିତାଙ୍କ ମୁଣ୍ଡରେ ଗଭିର ଆଘାତ ହୋଇଥିଲା।
ସେଠାରୁ ସଙ୍ଗିତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି। ଶବବ୍ୟବଚ୍ଛେଦ ପରେ ମୃତ୍ୟୁ ଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ମୃତକଙ୍କ ଦେଢଶୂର ପ୍ରିୟବ୍ରତ ସାହୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୁଲିସ କେସ ନଂ ୫୨/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ନେଇ ଏସଆଇ ବି. କେ. ପଣ୍ଡା କହିଛନ୍ତି।
Follow Us