CREATOR: gd-jpeg v1.0 (using IJG JPEG v62), quality = 100
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ର ଜଣେ ମହିଳା ଗତକାଲି ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲ ନେଇ ଯାଇଥିଲେ। ହେଲେ ମହିଳା ଜଣକ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ସ୍ଥିତ ହେଡକ୍ୱାଟର୍ସକୁ ରେଫର କରିଯାଇଥିଲା। ମେଡିକାଲ ନେବା ସମୟରେ ରାସ୍ତାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା।
ମହିଳା ଜଣକ ଏମପିଭି ୩୩ ଗ୍ରାମର ଗୌତମ ବୈରାଗୀଙ୍କ ସ୍ତ୍ରୀ ଅନିକା ବୈରାଗୀ। ଅନିକା ବୈରାଗୀ ଅତି ଗରିବ ଶ୍ରେଣୀର ମହିଳା ହୋଇଥିବାେବେଳ ଛୋଟ ଦୁଇଟି ପୁଅକୁ ନେଇ ତାଙ୍କ ପରିବାର। ଏହି ଛୋଟ ପିଲା ଦୁଇଟିକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଘଟଣାସ୍ଥଳ ପହଞ୍ଚି କୋଇମେଟଲାର ସରପଞ୍ଚ ମୁନ୍ନା ପଡ଼ିଆମୀ ପରିବାରକୁ ସମବେଦନା ଜଣାଇବା ସହିତ ହରିଶଚଦ୍ର ଯୋଜନା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
Follow Us