ରୋଗ ଭଲ ନ ହେବାରୁ ମହିଳା ଗଛରେ ଦଉଡି ଦେଇ କଲେ ଆତ୍ମହତ୍ୟା

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଘିଆପଡ଼ା ଫାଣ୍ଡି ଲକ୍ଷ୍ମୀପଦର ଗାଁରେ ଗଛରେ ଦଉଡି ଦେଇ ଜୈନିକ ମହିଳା ଆତ୍ମହତ୍ୟା କରିଥିବା ଗୁରୁବାର ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ସବିତା ନାୟକ (୨୪) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇ ପଡ଼ିବା ପରେ ଘରଠାରୁ ଟିକେ ଦୂରରେ ଥିବା ଏକ ଗଛରେ ଦଉଡି ଦେଇ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

publive-image

ସବିତାଙ୍କ ବାପା ନୃସିଂହ ନାୟକଙ୍କ କହିବା ଅନୁସାରେ, ୪ ବର୍ଷ ହେବ ସେହି ଗ୍ରାମର  ଜଣେ ଯୁବକକୁ ସବିତା ପ୍ରେମ ବିବାହ କରିଥିଲେ। ପରେ ଦେହ ଖରାପ ହେବାରୁ ଝିଅକୁ ଆଣି ଶାଶୁଘର ଲୋକ ବାପ ଘରେ ଛାଡ଼ି ଦେଇଥିଲେ। ଯେତେ ଚିକିତ୍ସା କଲେ ମଧ୍ୟ ସବିତାଙ୍କ ଦେହ ଭଲ ହେଉ ନଥିଲା। ଫଳରେ ଧୈର୍ଯ୍ୟ ହରା ହୋଇ ସବିତା ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ବଘିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe