୮ଟି ଗ୍ରୁପ୍‌କୁ ଚୂନ ଲଗାଇ କରିତ୍‌କର୍ମା ମହିଳା ଫେରାର; ବ୍ୟବସାୟ ବାହାନାରେ ଲକ୍ଷାଧିକ ଟଙ୍କା ଓ ଫୋନ୍‌ ନେଇଥିଲେ

Advertisment
୮ଟି ଗ୍ରୁପ୍‌କୁ ଚୂନ ଲଗାଇ କରିତ୍‌କର୍ମା ମହିଳା ଫେରାର; ବ୍ୟବସାୟ ବାହାନାରେ ଲକ୍ଷାଧିକ ଟଙ୍କା ଓ ଫୋନ୍‌ ନେଇଥିଲେ

Sambad

ଜଗତସିଂହପୁର ସଦର: ଘଟଣା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅତି ଚତୁରତାର ସହ ଜଗତସିଂହପୁର ଥାନା ଅନ୍ତର୍ଗତ କାଟେସିଂହପୁର ଗ୍ରାମରେ ମନସ୍ବିନୀ ସିଂହ ବିଭିନ୍ନ ଗୋଷ୍ଠୀର ସଦସ୍ୟ ଭାବେ ରହି ବ୍ୟବସାୟ ଆଳରେ ଋଣ ଉଠାଇ ତାହା ପରିଶୋଧ କରିନାହାନ୍ତି। ଏକାଦିକ୍ରମେ ୮ଟି ସ୍ବୟଂସହାୟିକା ଗୋଷ୍ଠୀକୁ ଚୂନ ଲଗାଇ ସେ ଫେରାର ହେବା ଘଟଣା ଯୋଗୁଁ ଏସ୍‌ଏଚ୍‌ଜି ଗୋଷ୍ଠୀ ଗୁଡ଼ିକ ଅଡ଼ୁଆରେ ପଡ଼ିଛନ୍ତି ବୋଲି ଥାନାରେ ଅଭିାଯୋଗ ହୋଇଛି।
ଅଭିଯୋଗ ମୁତାବକ ସ୍ବାମୀ ତ୍ରିଲୋଚନ ସିଂହଙ୍କ ସହ ମନସ୍ବିନୀ ଇଟାପଡାରେ ଗ୍ରାମରେ ଥିବା ତାଙ୍କ ନଣନ୍ଦଙ୍କ ଘରେ ବହୁଦିନ ଧରି ରହି ବ୍ୟବସାୟ କରୁଥିଲେ। ତେଣୁ ସେ ସ୍ବୟଂ ସହାୟକ ଦଳ ଇଟାପଡା,ଭାୟା ଫାଇନାନ୍ସ ଗ୍ରୁପ,ସମସ୍ଥା ମାଇକ୍ରୋ ଫାଇନାନ୍ସ ଗ୍ରୁପ, ଆଶୀର୍ବାଦ ଫାଇନାନ୍ସ ଗ୍ରୁପ, ଫୁଳଟନ ଇଣ୍ତିଆ ଫାଇନାନ୍ସ ଗ୍ରୁପ, ସେଂଟ୍ରନ ଫାଇନାନ୍ସ ଗ୍ରୁପ, ଉତ୍କର୍ଷ ଫାଇନାନ୍ସ ଗ୍ରୁପ, ବନ୍ଧନ ବ୍ୟାଙ୍କ ଗ୍ରୁପର ସଦସ୍ୟା ଥିଲେ।

ସେ ନିଜର ବ୍ୟବସାୟ ବଢ଼ାଇବା ଲାଗି ବିଭିନ୍ନ ଗ୍ରୁପ୍‌ ଯଥା ସ୍ବୟଂ ସହାୟିକା ଗୋଷ୍ଠୀ ଇଟାପଡାରୁ ୨୫ ହଜାର, ଭାୟା ଫାଇନାନ୍ସରୁ ୪୫ ହଜାର, ସମସ୍ଥା ମାଇକ୍ରୋ ଫାଇନାନ୍ସରୁ ୩୫ହଜାର, ଆଶୀର୍ବାଦ ପାଇନାନ୍ସରୁ ୩୦ହଜାର, ଫୁଲଟନ ଇଣ୍ତିଆରୁ ୨୬ହଜାର ଓ ଗୋଟିଏ ମୋବାଇଲ ଫୋନ ଯାହାର ଦାମ ୧୦ହଜାର ଟଙ୍କା, ସେଂଟ୍ରନ ଫାଇନାନ୍ସରୁ ୨୬ହଜାର, ଉତ୍କର୍ଷ ବ୍ୟାଙ୍କ ଗ୍ରୁପରୁ ୨୦ହଜାର,ବନ୍ଧନ ବ୍ୟାଙ୍କ ଗ୍ରୁପରୁ ୪୫ହଜାର ଟଙ୍କା ଋଣ ନେଇଥିଲେ। ତେବେ ମହିଳା ଜଣକ ୮ଟି ଗ୍ରୁପରୁ ମୋଟ ୨ଲକ୍ଷ ୫୨ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଋଣ ଆକାରରେ ନେଇ ପରିଶୋଧ ପାଇଁ ସପ୍ତାହିକ,୧୫ ଦିନ ଓ ମାସିକିଆ ଚୁକ୍ତି କରିଥିଲେ। ତେବେ ହଠାତ୍ ମନସ୍ବିନୀ ଓ ତାଙ୍କ ସ୍ବାମୀ ତ୍ରିଲୋଚନ କାହାକୁ କିଛି ନଜଣାଇ ବିଳମ୍ବିତ ରାତିରେ ଜଣେ ଯୁବକ ସହ କେଉଁଆଡେ ଫେରାର ହୋଇଯାଇଛନ୍ତି। ସ୍ବୟଂ ସହାୟକ ଦଳର ସଦସ୍ୟା ମାନେ ଫୋନରେ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଉ ନଥିବା ମହିଳାମାନେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ସେ ଟଙ୍କା ନସୁଝିବାରୁ ବିଭିନ୍ନ ସଂସ୍ଥାର କର୍ମଚାରୀ ମାନେ ଗ୍ରୁପକୁ ଆସି କିସ୍ତି ମାଗୁଥିବାରୁ ସଦସ୍ୟା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ବିଭିନ୍ନ ଗ୍ରୁପର ସଦସ୍ୟା ଟୁନିଲତା ମହାରଣା, ପଂଚି ସେଠୀ,ସୁମିତ୍ରା ରଥ, ସୁଚିସ୍ମିତା ଦାଶ, ରଶ୍ମିତା ଦାସ, ଶଶି ଦାସ, କୁନ୍ତଳା ଦୁବେ, ଇସା ଦାଶ, ରୋଜାଲିନ ମହାରଣା, ଜିନି ତ୍ରିପାଠୀ, ତୃପ୍ତିମୟୀ ମହାରଣା ପ୍ରମୁଖ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe