ସୁନ୍ଦରଗଡ଼: ଭୁଶୁୁଡିଲା ନିର୍ମାଣଧୀନ ପୋଲ, ୩୦ରୁ ଅଧିକ ଶ୍ରମିକ ଆହତ ଓ ୫ ଗୁରୁତର

ସୁନ୍ଦରଗଡ଼: ଭୁଶୁୁଡିଲା ନିର୍ମାଣଧୀନ ପୋଲ, ୩୦ରୁ ଅଧିକ ଶ୍ରମିକ ଆହତ ଓ ୫ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ା ଜିଲ୍ଲା ବଣେଇ ଲହୁଣିପଡ଼ା କେ ବଳାଙ୍ଗ ଥାନା ଜାମୁଡିହି କାଞ୍ଜିପାଣିରେ ରିବବାର ଅପରାହ୍ନରେ ନିର୍ମାଣଧୀନ ପୋଲ ଭୁଶୁଡି ପଡ଼ିଥିଲା। ନିର୍ମାଣକାର୍ଯ୍ୟ ଚାଲୁଥିବା ବେଳେ ଏହି ପୋଲ ଭୁଶୁଡି ପଡ଼ିଥିବା ହେତୁ ଏଥିରେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟଲୋକେ ତୁରନ୍ତ ସମସ୍ତ ଆହତ ଓ ଗୁରୁତରଙ୍କୁ କେ, ବଲାଙ୍ଗ, ବଣେଇ ଓ ଲହୁଣିପଡ଼ା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି। କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏବେ ବି ପୋଲ ତଳେ ଆହୁରି ଶ୍ରମିକ ଚାପି ରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ପୋଲ ପାଇଁ ୪୦ରୁ ଊର୍ଧ ଶ୍ରମିକ କାମ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe