ବ୍ୟବସାୟୀଙ୍କ କର୍ମଚାରଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ବ୍ୟବସାୟୀଙ୍କ କର୍ମଚାରଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

କଣ୍ଟାବାଞ୍ଜି: ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କଠାରୁ ରବିବାର ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ବେଲପଡା ଠାରୁ କଣ୍ଟାବାଞ୍ଜି ରାସ୍ତାରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ତଅଲା ଛକଠାରେ ଆକ୍ରମଣ କରିଥିଲେ ଏବଂ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ।

ଲୁଟର ଶିକାର ହୋଇଥିଲେ ସତ୍ୟନାରାୟନ ରେଡ୍ଡି। ସତ୍ୟନାରାୟଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସବୁ ଦିନ ପରି ଆଜି ମଧ୍ୟ ସତ୍ୟନାରାୟନ ରେଡ୍ଡି ନିଜ ବ୍ୟବସାୟୀ ମାଲିକଙ୍କ ଦୋକାନୀମାନଙ୍କ ଠାରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ। ବେଲପଡା- କଂଟାବାଞ୍ଜି ତଅଲା ଛକ ଠାରେ ଦୁଇଟି ନମ୍ବର ବିହିନ ପଲସର ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ଆସି ଲୁହାରେ ତିଆରି ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସତ୍ୟନାରାୟନ ରେଡି ଲହୁଲୁହାଣ ହେବା ପରେ ସେ ନିଜ ମାଲିକକୁ ଖବର ଦେଇଥିଲେ। ମାଲିକ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିବା ସହ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲୋ ଅନ୍ୟପଟେ ଏହା ବେଲପଡା ଥାନ ଅଂଚଳରେ ଆସୁଥିବା ବେଳେ ବେଲପଡା ପୁଲିସ ଖବର ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଅପରାଧୀଙ୍କ କୌଣସି ସୁରାଗ୍‌ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe