ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଅସୁସ୍ଥ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

Advertisment
ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଅସୁସ୍ଥ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ରାୟଗଡ଼ା: ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଅସୁସ୍ଥ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆଜି ଶ୍ରୀ ହିମିରିକାଙ୍କୁ ୧୦୮ ଆମ୍ବୁଲାନସ୍ ଜରିଆରେ ଭୁବନେଶ୍ବର ଆପୋଲୋ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ହିଁ ଶ୍ରୀ ହିମିରିକା ଡାଇବେଟିସ୍, କିଡନୀ ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସିତ ହୋଇ ଆସୁଛନ୍ତି। ଆଜି ମଧ୍ୟାହଣ୍ ୨ଟାରେ ଶ୍ରୀ ହିମିରିକା ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ହାଇପର ଟେନସନ୍ କାରଣରୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ହିମିରିକାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଜଣେ ଫାର୍ମାସିଷ୍ଟଙ୍କ ସହାୟତାରେ ଶ୍ରୀ ହିମିରିକାଙ୍କୁ ରାୟଗଡ଼ାରୁ ସ୍ଥାନାନ୍ତର କରାଯାଇଥିବା ଡା. ବି.ଏଲ୍.ଏନ୍. ପୃଷ୍ଟି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe