ଦୁର୍ଘଟଣାରେ ମୃତ ଋଣୀ ଚାଷୀଙ୍କ ପରିବାରକୁ ଲ୍ୟାମ୍ପସ ଦେଲା ୫ ଲକ୍ଷ 

Advertisment
ଦୁର୍ଘଟଣାରେ ମୃତ ଋଣୀ ଚାଷୀଙ୍କ ପରିବାରକୁ ଲ୍ୟାମ୍ପସ ଦେଲା ୫ ଲକ୍ଷ 

Sambad

ସୁନ୍ଦରଗଡ଼: ଦୁର୍ଘଟଣାରେ ମୃତ ଜଣେ ଚାଷୀଙ୍କ ପରିବାରକୁ ଲ୍ୟାମ୍ପସ ପକ୍ଷରୁ ୪ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରାଯାଇଛି। ମହୁଲପାଲି ଲ୍ୟାମ୍ପସ ଅଧୀନସ୍ଥ ସାନପତ୍ରପାଲିର ଭୂବନ ସା ନାମକ ଜଣେ ଚାଷୀ ଲ୍ୟାମ୍ପସରୁ ଋଣ ନେଇଥିଲେ। ତାଙ୍କୁ ଜେପିଏ ବୀମାଭୁକ୍ତ କରାଯାଇଥିଲା। ନିକଟରେ ସେ ଠେଲକୋବୁଡ଼ ଠାରେ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହା ପରେ ତାଙ୍କୁ ପରିବାରକୁ ଜେପିଏ ବୀମା କମ୍ପାନି ପକ୍ଷରୁ ବୀମା ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା।

ଲ୍ୟାମ୍ପସର ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନ କୁମାର ପଟେଲ ଚେକ୍ ଆକାରରେ ୫ ଲକ୍ଷ ଟଙ୍କାର ବୀମା ମୃତ ଚାଷୀ ଭୂବନ ସାଙ୍କ ମା’ ସୁଭଦ୍ରା ସାଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ, ସମସ୍ତ ଲ୍ୟାମ୍ପସ କର୍ମଚାରୀ ଓ ଚାଷୀ ଭାଇଭଉଣୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe